Odia

ପାଖରେ କାମ ନାହିଁ, ସଞ୍ଚୟ ଅଛି ମାତ୍ର ୧୮୦୦୦ ଟଙ୍କା: ଆଦିତ୍ୟ ନାରାୟଣ

ମୁମ୍ବାଇ: କରୋନା ସମୟରେ ଅନେକ ବ୍ୟବସାୟ ମାନ୍ଦାରେ ଚାଲୁଛି, ଅନେକ ଲୋକ ଚାକିରି ହରାଇସାରିଲେଣି | ବର୍ତ୍ତମାନ ପରିସ୍ଥିତି ପୂର୍ବ ଅପେକ୍ଷା ଟିକେ ସୁଧୁରିବାରେ ଲାଗିଛି , କିନ୍ତୁ ଜୀବନକୁ ପୂର୍ବାବସ୍ଥାକୁ ଫେରିବା ପାଇଁ ବହୁତ ସମୟ ଲାଗିବ | ଗାୟକ ଆଦିତ୍ୟ ନାରାୟଣ ମଧ୍ୟ ଏହି ସମୟରେ ବହୁତ ସଂଘର୍ଷ କରୁଛନ୍ତି | ଯଦିଓ ତାଙ୍କ ବିବାହ ଖବର ପାଇଁ ସେ ଚର୍ଚ୍ଚାରେ, କିନ୍ତୁ ତାଙ୍କର ଆର୍ଥିକ ସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି |

ଆଦିତ୍ୟଙ୍କ ଲକଡାଉନ ସଂଘର୍ଷ

ଏକ ନ୍ୟୁଜ୍ ପୋର୍ଟାଲକୁ ଦେଇଥିବା ଏକ ସାକ୍ଷାତକାରରେ ଆଦିତ୍ୟ ନାରାୟଣ କହିଛନ୍ତି ଯେ, ”ଏହି ଲକଡାଉନ ତାଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଛି | ସେମାନଙ୍କର ଅବସ୍ଥା ଏତେ ଖରାପ ଯେ ସେମାନେ ବର୍ତ୍ତମାନ ଦେବାଳିଆ ହେଇ ଯିବାକୁ ବସିଲେଣି | ମୋର ନିଜ ସଞ୍ଚୟ ଶେଷ ହୋଇଛି | ମ୍ୟୁଚୁଆଲ୍ ଫଣ୍ଡରେ ଥିବା ସମସ୍ତ ଟଙ୍କା ମୁଁ ପ୍ରତ୍ୟାହାର କରି ନେଇଛି | ବର୍ତ୍ତମାନ କୌଣସି ଉପାୟ ନାହିଁ | କେବଳ ୧୮୦୦୦ ଟଙ୍କା ବଳକା ଅଛି | ଯଦି ମୁଁ ଅକ୍ଟୋବରରେ କାମ ନକରେ, ତେବେ ବଳକା ଟଙ୍କା ଶେଷ ହେଇଯିବ | ମୋତେ ଲାଗୁଛି ମୋ ବାଇକ୍ ବିକ୍ରି କରିବାକୁ ପଡିବ , ୟା ଠାରୁ ଦୁଃଖ ସମୟ ଆଉ କଣ ବା ଥାଇପାରେ |”

‘ ଇଣ୍ଡିଆନ୍ ଆଇଡଲ୍ ‘ରେ ହୋଷ୍ଟ ହେବେ କି ?

ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ହେଲା ଆଦିତ୍ୟ ନାରାୟଣ କହିଛନ୍ତି ଯେ, ସେ ଆର୍ଥିକ ସଙ୍କଟ ଦେଇ ସଂଘର୍ଷ କରୁଛନ୍ତି | ସର୍ବଦା ବିଳାସପୂର୍ଣ୍ଣ ଜୀବନଯାପନ କରୁଥିବା ଆଦିତ୍ୟ ନାରାୟଣ ବର୍ତ୍ତମାନ ବିଷମ ପରିସ୍ଥିତି ଦେଇ ଗତି କରୁଛନ୍ତି |

ଗୋଟିଏ ପଟେ ଆଦିତ୍ୟ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବାକୁ ଯାଉଛନ୍ତି, କିନ୍ତୁ ଅନ୍ୟ ପଟେ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଚ୍ୟାଲେଞ୍ଜ ରହିଛି | ସେ ବର୍ତ୍ତମାନ ଏକ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ଯେଉଁଠାରେ ତାଙ୍କୁ ବଞ୍ଚିବା ପାଇଁ କଠୋର ନିଷ୍ପତ୍ତି ନେବାକୁ ପଡିବ |

ସିଙ୍ଗର ଆଦିତ୍ୟ ନାରାୟଣ ହୋଷ୍ଟ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି | ସୋନି ଟିଭିରେ ‘ ଇଣ୍ଡିଆନ୍ ଆଇଡଲ୍ ‘ ର ଏକ ନୂଆ ସିଜିନ ମଧ୍ୟ ଆଗକୁ ଆସୁଛି | ଏଭଳି ପରିସ୍ଥିତିରେ ଆଦିତ୍ୟ ସେହି ଶୋ’ରେ ପୁନର୍ବାର ହୋଷ୍ଟ ଭାବରେ ଦେଖାଯିବେ କି ନାହିଁ ତାହା ସମୟ କହିବ |

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close