ଲାଇଭ ମ୍ୟାଚରେ କାନ୍ଦିପକାଇଲେ କମେଣ୍ଟଟର, ସୋସିଆଲ ମିଡିଆରେ ଭାଇରଲ ଭିଡିଓ

ଭୁବନେଶ୍ୱର: ରବିବାର ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବିଜୟ ହୋଇଛି । ୪୯ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ହକି ଦଳ ସେମିଫାଇନାଲରେ ପ୍ରବେଶ କରିଛି । ହେଲେ ଏହି ସମୟରେ ଏମିତି କିଛି ଘଟଣା ଘଟିଥିଲା ଯାହା କି ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ହକିର କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ଗ୍ରେଟ ବ୍ରିଟେନକୁ ଯେତେବେଳେ ୩ – ୧ ରେ ପରାସ୍ତ କରିଥିଲା ସେତେବେଳେ ମ୍ୟାଚର ହିନ୍ଦୀ କମେଣ୍ଟ୍ରି କରୁଥିଲେ ସୁନୀଲ ତାନେଜା ଏବଂ ସିଦ୍ଧାର୍ଥ ପାଣ୍ଡେ । ରେଫରି ଅନ୍ତିମ ଘଣ୍ଟା ବଜାଇବାବେଳେ ଉଭୟ ସମୀକ୍ଷକ ସେମାନଙ୍କ ଭାବନାକୁ ଆଉ ନିୟନ୍ତ୍ରଣ କରିପାରିନଥିଲେ। ତାଙ୍କ ଆଖିରେ ଖୁସିର ଲୁହ ସ୍ପଷ୍ଟ ଭାବେ ଦେଖାଯାଉଥିଲା । ଭାରତ ବିଜୟ ହେବା ପରେ ସେ ନିଜ କୋହ କୁ ଆଉ ସମ୍ଭାଳି ପାରିନଥିଲେ । କମେଣ୍ଟ୍ରି ସମୟରେ ହିଁ ସେ କାନ୍ଦି ପକାଇଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ୩ ଅଗଷ୍ଟରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମ ବିପକ୍ଷରେ ସେମିଫାଇନାଲ ମ୍ୟାଚ୍ ଖେଳିବ ।