ଭୁବନେଶ୍ୱର: ସ୍କୁଟର ପରେ ଓଲା ଏବେ ଇଲେକ୍ଟ୍ରିକ କାର ଉପରେ କାମ କରୁଛି, ଯାହା ୨୦୨୪ ସୁଦ୍ଧା ଭାରତୀୟ ବଜାରରେ ଲଞ୍ଚ ହେବ। ଓଲା ଇଲେକ୍ଟ୍ରିକ୍ ସିଇଓ ଭବୀ ଅଗ୍ରୱାଲ କରିଛନ୍ତି ଯେ ବ୍ରାଣ୍ଡର ପ୍ରଥମ ଇଲେକ୍ଟ୍ରିକ୍ କାରର ମୂଲ୍ୟ ୪୦-୫୦ ଲକ୍ଷ ଟଙ୍କା ମଧ୍ୟରେ ରହିବ ।
ଓଲାର ପ୍ରଥମ ଇଲେକ୍ଟ୍ରିକ କାରର ସୀମା ୪୦୦-୫୦୦ କିଲୋମିଟର ମଧ୍ୟରେ ରହିବ ବୋଲି ଆଶା କରାଯାଉଛି, ଯାହା ଅଧିକାଂଶ କ୍ରେତାଙ୍କ ପାଇଁ ଯଥେଷ୍ଟ ଅଧିକ । ୪ ସେକେଣ୍ଡରୁ କମ୍ ସମୟ ମଧ୍ୟରେ କାର ଟି ୦ ରୁ ୧୦୦ କିଲୋମିଟର ବେଗକୁ ଛୁଇଁ ପାରିବ ବୋଲି ଦାବି କରାଯାଉଛି। ତେବେ କାର ରେ ଆଉ କଣସବୁ ଫିଚର୍ସ ରହିବ, କେମିତି ଏହାର ଲୁକ ରହିବ ସେନେଇ ଲଞ୍ଚ ତାରିଖକୁ ଚାତକ ଭଳି ଚାହିଁ ବସିଛନ୍ତି କାର ଲଭର୍ସମାନେ।