କଟକଣା ଭିତରେ କେମିତି ହେବ ଭୁବନେଶ୍ୱରେ ଦୁର୍ଗାପୂଜା ? ଶୁଣନ୍ତୁ କଣ କହିଲେ ପୋଲିସ କମିଶନର ..

ଭୁବନେଶ୍ୱର: କରୋନା ସଂକ୍ରମଣ ସମୟରେ ଭୁବନେଶ୍ୱରରେ ଆଡ଼ମ୍ବରଶୂନ୍ୟ ପୂଜା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଗତକାଲି ବିଭିନ୍ନ ପୂଜା କମିଟି ସହ ପୁଲିସ କମିଶନରଙ୍କ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ପୂଜାରେ କ’ଣ କରାଯିବ ଓ କ’ଣ ନାହିଁ ଜାଣନ୍ତୁ…

୧- ପୂଜାରେ ତୋରଣ ଓ ଆଲୋକାମଳା ଲାଗିବନି, ମାଇକ ବାଜିବନି
୨- କେବଳ ମନ୍ତ୍ରପାଠ ଲାଗି ମାଇକ ବାଜିବ
୩- ପୂଜା କମିଟିର ମାତ୍ର ୧୦ ଜଣ ସଦସ୍ୟଙ୍କୁ ନେଇ ପୂଜା କରାଯିବ
୪- ଘର ଘର ବୁଲି ଚାନ୍ଦା ଆଦାୟ କରାଯିବ ନାହିଁ , ସ୍ୱଇଚ୍ଛାରେ ଯିଏ ଯାହା ଦେବେ
୫- ଲୋକ ମଣ୍ଡପକୁ ନଆସି ଘରେ ରହି ପୂଜା ପାଳନ କରିବେ
୬- ମୂର୍ତ୍ତିର ଉଚ୍ଚତା ୪ ରୁ ୫ ଫୁଟ ମଧ୍ୟରେ ରହିବ
୭- ରାବଣ ପୋଡ଼ି ହେବନାହିଁ କି ଭସାଣ ଉତ୍ସବ କରାଯିବ ନାହିଁ
୮- କେବଳ ମୂର୍ତ୍ତି ବିସର୍ଜନ କରାଯିବ