ଭୁବନେଶ୍ୱର: ସାମାନ୍ୟ ମ୍ୟାଗି ପାଇଁ ଭାଙ୍ଗିଗଲା ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ। ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ସ୍ୱାମୀ ମ୍ୟାଗି ଖାଇବାକୁ ନେଇ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି। ବାସ୍ତବରେ ତାଙ୍କ ପତ୍ନୀ ମ୍ୟାଗି ନୁଡୁଲ୍ସ ବ୍ୟତୀତ ଅନ୍ୟ କୌଣସି ଜିନିଷ ତିଆରି କରିବା ଜାଣି ନଥିଲେ।
ଜାତୀୟ ଗଣମାଧ୍ୟମ ‘TIMES NOW’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମୈଶୁର ସେସନ୍ସ କୋର୍ଟର ଜଜ୍ ଏମ୍.ଏଲ୍ ରଘୁନାଥ ଏକ ମଜାଦାର ଛାଡପତ୍ର ମାମଲାକୁ ମନେ ପକାଇଥିଲେ ଯେ, ଯେତେବେଳେ ସେ ବଲାରୀର ଜିଲ୍ଲା ଜଜ୍ ଥିଲେ, ସେତେବେଳେ ତାଙ୍କ ସହ ଏକ ଅଜବ ଘଟଣା ଘଟିଥିଲା।
ସାମାନ୍ୟ ମ୍ୟାଗି ପାଇଁ ସ୍ୱାମୀ ନିଜ ସ୍ତ୍ରୀକୁ ଛାଡପତ୍ର ଦେବାକୁ ଚାହୁଁଥିଲା। ସ୍ୱାମୀ ଜଣକ ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀ ମ୍ୟାଗି ବ୍ୟତୀତ ଅନ୍ୟ କୌଣସି ଜିନିଷ ତିଆରି କରିବା ଜାଣିନାହାନ୍ତି । ସ୍ୱାମୀ ବିଚାରପତିଙ୍କୁ କହିଥିଲେ ଯେ ତାଙ୍କ ପତ୍ନୀ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପାଇଁ ତିନିଥର କେବଳ ମ୍ୟାଗି ରାନ୍ଧୁଥିଲେ। ଯାହାକୁ ନେଇ ସେ ତାଙ୍କ ସ୍ତ୍ରୀକୁ ସେ ଛାଡପତ୍ର ଦେବାକୁ ଚାହୁଁଛନ୍ତି। ତେବେ ଉଭୟଙ୍କ ସହମତି କ୍ରମେ ଛାଡପତ୍ର ହୋଇଥିଲା।