ଭୁବନେଶ୍ୱର: ବଜାରରେ ଆଉ ମିଳିବନି ହୁଣ୍ଡାଇ ର ଶସ୍ତା ହ୍ୟାଚବ୍ୟାକ୍ କାର ସାଣ୍ଟ୍ରୋ । ହୁଣ୍ଡାଇ ମୋଟର ଇଣ୍ଡିଆ ସାଣ୍ଟ୍ରୋ ବିକ୍ରୟ ବନ୍ଦ କରିଦେଇଛି । କମ୍ ଚାହିଦା ହେତୁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ହୁଣ୍ଡାଇ ସାଣ୍ଟ୍ରୋ ଭାରତୀୟ ଗ୍ରାହକଙ୍କର ଅନ୍ୟତମ ପ୍ରିୟ କାର ଥିଲା । ପ୍ରଥମ ଥର ପାଇଁ ୧୯୯୮ ରେ ସାଣ୍ଟ୍ରୋ ଲଞ୍ଚ କରାଯାଇଥିଲା ଏବଂ ୨୦୧୮ ରେ ସାଣ୍ଟ୍ରୋ ନୂଆରୂପରେ ମାର୍କେଟ କୁ ଫେରିଥିଲା ।
ନିକଟରେ ଏକ ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ କମ୍ପାନୀ ପେଟ୍ରୋଲ ଭାରିଆଣ୍ଟ ବିକ୍ରୟ ବନ୍ଦ କରିଦେଇଥିବା ବେଳେ ସିଏନଜି ମଡେଲର ବିକ୍ରି ଜାରି ରହିବ। ତେବେ ସାଣ୍ଟ୍ରୋ ବଦଳରେ କମ୍ପାନୀ ବଜାରରେ କିଛି ନୂଆ କାର ଲଞ୍ଚ କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି ।