ଦେଖୁ ଦେଖୁ ମାଟି ଭିତରେ ପଶିଗଲା ଏସୟୁଭି କାର, ଦେଖନ୍ତୁ ଭାଇରାଲ ଭିଡିଓ

ଭୁବନେଶ୍ୱର : ମୁମ୍ବାଇରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ହୁଣ୍ଡାଇର ଏସୟୁଭି କାରଟି ପାର୍କିଂରେ ପାର୍କ ହୋଇଥିବା ବେଳେ ହଠାତ୍ ଏକ ବଡ ଗର୍ତ୍ତରେ ବୁଡ଼ି ଯାଉଛି। ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ହେଲେ ଏହି ଘଟଣାରେ କେହି ମୃତାହତ କିମ୍ବା ଆହତ ହୋଇନାହାଁନ୍ତି।

ଏହି ଘଟଣାକୁ ନେଇ ବିଏମସି ଏକ ବିବୃତ୍ତି ଜାରି କରିଛି। ବିଏମସି କହିଛି ଯେ ଏହି କାର ଦୁର୍ଘଟଣା ସହ ନିଗମର କୌଣସି ସମ୍ପର୍କ ନାହିଁ। ଏହି ଘଟଣା ଘାଟକୋପର ଅଞ୍ଚଳରେ ଥିବା ଏକ ଘରୋଇ ସୋସାଇଟିର ।

ବିଏମସି ଏହାର ବିବୃତ୍ତିରେ କହିଛି ଯେ ଏହି ସୋସାଇଟି ପରିସରରେ ଏକ କୂଅ ରହିଛି। କୂଅର ଅଧା ସିମେଣ୍ଟ ପ୍ଲାଷ୍ଟର ଦ୍ୱାରା ଆଚ୍ଛାଦିତ ହୋଇଥିଲା । ଏହା ପରେ ସୋସାଇଟିରେ ରହୁଥିବା ଲୋକମାନେ ଏହି ସ୍ଥାନରେ ସେମାନଙ୍କ ଗାଡିକୁ ପାର୍କିଂ କରନ୍ତି । କିନ୍ତୁ ପ୍ରବଳ ବର୍ଷା କାରଣରୁ ସିମେଣ୍ଟ ପ୍ଲାଷ୍ଟର ଟି ଧସେଇ ଯାଇଥିଲା ,ଫଳରେ ସେଠାରେ ପାର୍କିଂ ହୋଇଥିବା କାର ଟି ସମ୍ପୂର୍ଣ୍ଣ କୂଅ ଭିତରେ ବୁଡ଼ି ଯାଇଥିଲା। ଏହି ଘଟଣାରେ କେହି ମୃତାହତ କିମ୍ବା ଆହତ ହୋଇନାହାଁନ୍ତି। ଘଟଣା ସମୟରେ କାରରେ କେହି ନଥିଲେ। ପରେ କ୍ରେନ ସାହାଯ୍ୟରେ କାରଟିକୁ କୂଅରୁ କଢ଼ାଯାଇଥିଲା ।