”ଯୋଦ୍ଧା ପରି ସଂକ୍ରମଣ ସହିତ ଲଢ଼ିବି ଆଉ ଏହାକୁ ଧ୍ୱଂସ କରିଦେବି ” : କଙ୍ଗନା ରଣାୱତ

ମୁମ୍ବାଇ : ସାରା ବିଶ୍ୱକୁ କବଳିତ କରିଛି ମହାମାରୀ କରୋନା | ସେଥିରୁ କେହିବି ପ୍ରାୟତଃ ବାଦ ପଡି ନାହାନ୍ତି | ସେ ସାଧାରଣ ଜନତା ହେଉ ଅବା ସେଲିବ୍ରିଟି | କରୋନାରେ ଗୁରୁତର ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି | ଏବେ ଟୀକାକରଣ ପ୍ରକ୍ରିୟା ଜାରି ରହି ଥିବାରୁ ମୃତ୍ୟୁ ହାର ବହୁତ କମିଛି | ସବୁବେଳେ କିଛି ନା କିଛି ପୋଷ୍ଟ କରି ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବେ କରୋନାରେ ଆକ୍ରାନ୍ତ | ନିଜ ଇନଷ୍ଟାଗ୍ରାମରେ ପ୍ରକାଶ କରିଛନ୍ତି ଯେ, ”ସେ ହିମାଚଳ ପ୍ରଦେଶ ଯିବା ପୂର୍ବରୁ କରୋନା ପରୀକ୍ଷା କରିଥିଲେ ଏବଂ ତାଙ୍କର ପଜିଟିଭ ଆସିଛି |”

କଙ୍ଗନା ଆହୁରି ମଧ୍ୟ ଲେଖିଛନ୍ତି, ”ଗତ କିଛି ଦିନ ହେବ ମୋ ଆଖିରେ ସାମାନ୍ୟ ପୀଡା ଅନୁଭବ କରୁଥିଲି ତା ସହ କ୍ଳାନ୍ତ ଏବଂ ଦୁର୍ବଳ ମଧ୍ୟ ଲାଗୁଥିଲା | ଏହି ସମୟରେ ଆଶା ଥିଲା ହିମାଚଳ ଯିବାପାଇଁ ତେଣୁ ଗତକାଲି ମୋର କରୋନା ପରୀକ୍ଷା ଶେଷ ହୋଇଥିଲା ଏବଂ ଆଜି ମୋର ପଜିଟିଭ ବାହାରିଛି | ତଥାପି ମୁଁ ଯୋଦ୍ଧା ପରି ସଂକ୍ରମଣ ସହିତ ଲଢ଼ିବି ଆଉ ଏହାକୁ ଧ୍ୱଂସ କରିଦେବି | ହର ହର ମହାଦେବ |”