ବାତ୍ୟା ‘ୟାସ’ ପ୍ରଭାବରେ କେଉଁ ଜିଲ୍ଲାରେ କେତେ ବର୍ଷା ?

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ୟାସ’ ଧାମରାର ଉତ୍ତର ଓ ବାଲେଶ୍ୱରର ବାହାନଗା ପାଖରେ ଲ୍ୟାଣ୍ଡଫଲ୍‌ କରି ଏହା ମୟୁରଭଞ ଅଭିମୁଖେ ଗତି କରିଛି | ଆସନ୍ତା ୧୨ ଘଣ୍ଟା ମଧ୍ୟରେ ମୟୁରଭଂଜ ଜିଲ୍ଲା ପାଇଁ ବିପଦ ଆଣିବ ବୋଲି ଏସଆରସି ସୂଚନା ଦେଇଛନ୍ତି | ‘ୟାସ’ ପ୍ରଭାବରେ ଉତର ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହୋଇଛି | ଅତ୍ୟଧିକ ବର୍ଷା ଲାଗି ରହିଥିବାରୁ ଭଦ୍ରକ, କେନ୍ଦ୍ରାପଡା ,ଜଗତସିଂହପୁର ଓ ବାଲେଶ୍ୱରର କିଛି ଅଂଚଳ ଜଳମଗ୍ନ ହୋଇଛି | ବାଲେଶ୍ୱରରେ ମଧ୍ୟ ବାତ୍ୟ ୟାସ ପ୍ରଭାବ ଦେଖିବାକୁ ମିଳିଛି | ଉଦ୍ଧାରକାରୀ ଟିମ୍ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ସହାୟତା କରିଛନ୍ତି | ପାଣିପାଗ ବିଭାଗର ସୂଚନା ଅନୁସାରେ ମୟୂରଭଞ୍ଜର କୁସୁମିରେ ୩୦୪ ମିଲିମିଟର, ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୨୮୮ ମିଲିମିଟର, କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ୨୭୫ ମିଲିମିଟର, ଜଗତସିଂପୁର ଜିଲା ଏରସମାରେ ୨୭୧ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି |

ରାଜ୍ୟରେ ୩୬ ଟି ସ୍ଥାନରେ ୧୧୦ ରୁ ୩୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି | ସେହିପରି ୫୦ ରୁ ୧୦୦ ମିଲିମିଟର ବର୍ଷା ୩୭ ଟି ବ୍ଲକରେ ରେକର୍ଡ କରାଯାଇଛି | ଆଜି ପ୍ରାୟତଃ ପ୍ରଭାବିତ ଜିଲ୍ଲାମାନଙ୍କରେ ବ୍ୟାପକ ବର୍ଷା ହୋଇଛି | ଲଗାଣ ବର୍ଷା ଫଳରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ଅଂଚଳ ଏବେ ଜଳମଗ୍ନ ରହିଛି | ଦିନ ୩ ଟା ପର୍ଯ୍ୟନ୍ତ ବାତ୍ୟା ସହ ବର୍ଷା ପ୍ରଭାବ ରହିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି |