Odia

ଥଣ୍ଡା ଏବଂ ପ୍ରଦୂଷଣ କରୋନା ବ୍ୟାପିବାର କାରଣ : ଏମ୍ସ ନିର୍ଦ୍ଦେଶକଙ୍କ ଚେତାବନୀ

ମହାମାରୀ କରୋନା ଭୁତାଣୁ କମିବାର ନାଁ ଧରୁନି | ଅନେକ ବିଶେଷଜ୍ଞ ମତ ଯେ, ଅନ୍ୟ ଋତୁ ଅପେକ୍ଷା ଶୀତ ଋତୁରେ କରୋନା ଭୁତାଣୁ ଅଧିକ ମାତ୍ରରେ ସଂକ୍ରମିତ ହୋଇପାରେ | ଏଥି ସହିତ ଏମ୍ସ ନିର୍ଦ୍ଦେଶକ ଡ଼ ରଣଦୀପ ଗୁଲେରିଆ ବର୍ତ୍ତମାନ ଆଉ ଏକ ଚେତାବନୀ ଦେଇଛନ୍ତି ଯେ ପ୍ରଦୂଷଣ ସାମାନ୍ୟ ବୃଦ୍ଧି ହେଲେ କରୋନା ରୋଗ ବ୍ୟାପିପାରେ |

ଡାକ୍ତର ଗୁଲେରିଆ କହିଛନ୍ତି ଯେ ”ପିଏମ ୨.୫ ସ୍ତରର ପ୍ରଦୂଷଣରେ ସାମାନ୍ୟ ବୃଦ୍ଧି ହେଲେ କରୋନା ଭୁତାଣୁଙ୍କ ସଂଖ୍ୟା ୮- ୯ ପ୍ରତିଶତକୁ ବୃଦ୍ଧି ହେଇପାରେ | କରୋନା ସଂକ୍ରମଣ ସହିତ ପ୍ରଦୂଷଣ ବୃଦ୍ଧି ହେଲେ ଏହା ଫୁସଫୁସ ଏବଂ ଶ୍ୱାସ ରୋଗକୁ ମଧ୍ୟ ଆକ୍ରାନ୍ତ କରିପାରେ |”

ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଡକ୍ଟର ଗୁଲେରିଆ କହିଛନ୍ତି ଯେ ଶୀତ ମାସରେ ଲୋକମାନେ ବହୁତ ସତର୍କ ରହିବା ଆବଶ୍ୟକ | ସେ କହିଛନ୍ତି, ଚୀନ୍ ଏବଂ ଇଟାଲୀର ତଥ୍ୟ ଦର୍ଶାଏ ଯେ ଯେଉଁ ଅଞ୍ଚଳରେ ପିଏମ ୨.୫ ସ୍ତର ସାମାନ୍ୟ ବୃଦ୍ଧି ପାଇଛି, ସେଠି କରୋନା ସଂକ୍ରମଣ ଅତି କମରେ ୮-୯ ପ୍ରତିଶତ ବୃଦ୍ଧି ଘଟିଛି |

୨୨ ସେପ୍ଟେମ୍ବରରେ ଚୀନ ଏବଂ ୟୁରୋପରେ ଲକଡାଉନ ଦ୍ୱାରା ବାୟୁ ପ୍ରଦୂଷଣର ହ୍ରାସ ଏବଂ ଦୀର୍ଘ ସମୟ ମଧ୍ୟରେ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ବିଷୟରେ ‘ ଦ ଲାନସେଟ୍ ‘ ପତ୍ରିକାରେ ପ୍ରକାଶ ପାଇଥିଲା | ସେଥିରେ ଲେଖାଯାଇଛି ଯେ ”ବାୟୁ ପ୍ରଦୂଷଣର କ୍ରମାଗତ ଭାବେ ହ୍ରାସ କେବଳ କରୋନା ନୁହେଁ ଭବିଷ୍ୟତରେ ନିଶ୍ୱାସ ପ୍ରଶ୍ୱାସ ସମ୍ବନ୍ଧୀୟ ମୃତ୍ୟୁହାର ରୋକିବାରେ ସାହାଯ୍ୟ କରିଥାଏ |”

ଡକ୍ଟର ଗୁଲେରିଆ କହିଛନ୍ତି, ‘ ବାୟୁ ପ୍ରଦୂଷଣରେ ଫୁସଫୁସ ଆକ୍ରାନ୍ତ ହେଇ ଫୁଲି ଯାଏ ଏବଂ SARS-COV-2 ମଧ୍ୟ ମୁଖ୍ୟତ ଫୁସଫୁସକୁ ବିଶେଷ ଭାବେ ପ୍ରଭାବିତ କରିଥାଏ | ଭାରତର କିଛି ଅଞ୍ଚଳ ଯେଉଁଠାରେ ପ୍ରଦୂଷଣର ମାତ୍ରା ଅଧିକ, ସେଠାରେ ସଂକ୍ରମଣ ବଢିପାରେ | ଏଥିପାଇଁ ସମସ୍ତଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଏବଂ ହାତ ସଫା କରିବା ପରି ନିୟମ ଅନୁସରଣ କରି ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି |”

ଡାକ୍ତର ଗୁଲେରିଆ କହିଛନ୍ତି, ‘ଶୀତ ଋତୁରେ ପ୍ରାୟ ଲୋକେ ଘରେ ରହିବାକୁ ପସନ୍ଦ କରନ୍ତି | ଘରେ ଅଧିକ ଲୋକ ରହୁଥିବାରୁ ଏହି ସଂକ୍ରମଣ ଜଣକରୁ ଅନ୍ୟ ଜଣଙ୍କୁ ସହଜରେ ବ୍ୟାପିଥାଏ | ଶ୍ୱାସକ୍ରିୟା ଜନିତ ଭୁତାଣୁ ମଧ୍ୟ ଥଣ୍ଡା ଦିନେ ସହଜରେ ବ୍ୟାପିଥାଏ | ତେଣୁ ଏଭଳି କ୍ଷେତ୍ରରେ ବୃଦ୍ଧି ପାଇବା ସମ୍ଭାବନ ଥାଏ |

‘ସଂକ୍ରମଣ ଉପରେ ଆମର ନୀରିକ୍ଷଣ ତଥ୍ୟରୁ ଜଣାପଡିଛି ଯେ ଭାଇରାଲ ଇନଫେକ୍ସନ ଭଳି ରୋଗ ଭାରତରେ ମନସୁନ ଏବଂ ଥଣ୍ଡା ସମୟରେ ଦୁଇଥର ହୁଏ | କରୋନା ଭାଇରସ୍ ମଧ୍ୟ ଏକ ଶ୍ୱାସକ୍ରିୟା ଭାଇରାଲ୍ ସଂକ୍ରମଣ ଏବଂ ଭାଇରାଲ ଇନଫେକ୍ସନ ପରି ଆଚରଣ କରିଥାଏ | ମାସ୍କ, ଶାରୀରିକ ଦୂରତା ଏବଂ ହାତର ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଇ ଏହାକୁ ୩୦ ରୁ ୪୦ ପ୍ରତିଶତ ହ୍ରାସ କରାଯାଇପାରେ ”ଏବେ ଭାରତରେ ଦଶହରା ପୂଜା ଆସୁଛି | ଏଭଳି ପରିସ୍ଥିତିରେ ଡକ୍ଟର ଗୁଲେରିଆ ଲୋକଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି | “ପର୍ବ ପର୍ବାଣିରେ ଭିଡ଼ ହେବାର ଅଧିକ ସମ୍ଭାବନା ଥାଏ ଏବଂ ଟିକିଏ ଅସାବଧାନତା ଯୋଗୁ ସଂକ୍ରମଣ ମଧ୍ୟ ବ୍ୟାପିପାରେ | ତେଣୁ ଲୋକମାନେ ଏହି ବର୍ଷକୁ ଜାକଜମକରେ ପାଳନ ନ କରିବା ଉଚିତ୍ ” ବୋଲି ଡକ୍ଟର ଗୁଲେରିଆ କହିଛନ୍ତି |

କରୋନା ଟିକାକୁ ପ୍ରାଥମିକତା ଦେଇ ଡକ୍ଟର ଗୁଲେରିଆ କହିଛନ୍ତି ଯେ ” ଟିକା ଦେବାରେ ସମାନତା ନିଆଯିବ | ଟିକା ଉପରେ ବୈଜ୍ଞାନିକ ଭାବରେ ପ୍ରାଥମିକତା ନିର୍ଣ୍ଣୟ କରାଯିବା ଉଚିତ୍ | ଯେଉଁମାନଙ୍କର ମୃତ୍ୟୁ ହାର ଅଧିକ ଥାଏ କିମ୍ବା ଯେଉଁମାନେ ପୂର୍ବରୁ ରୋଗରେ ଆକ୍ରାନ୍ତ, ସେମାନଙ୍କୁ ପ୍ରଥମେ ପ୍ରାଥମିକତା ଦିଆଯିବ କାରଣ କରୋନା ସଂକ୍ରମଣରୁ ମୃତ୍ୟୁକୁ ରୋକିବା ପ୍ରଥମ ଲକ୍ଷ୍ୟ |”

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close