୪୧ ବର୍ଷ ପରେ ପଦକ, ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ହରାଇ ବ୍ରୋଞ୍ଜ ହାତେଇଲା ଭାରତୀୟ ପୁରୁଷ ହକି ଦଳ

ଭୁବନେଶ୍ୱର: ଚମତ୍କାର ପ୍ରଦର୍ଶନ କରି ଭାରତୀୟ ପୁରୁଷ ହକି ଦଳ ଜର୍ମାନୀକୁ ୫ -୪ ଗୋଲର ପରାସ୍ତ କରି ବ୍ରୋଞ୍ଜ ପଦକ ହାତେଇଛି। ୪୧ ବର୍ଷ ପରେ ଭାରତ ଅଲିମ୍ପିକ୍ସରେ ପଦକ ଜିତିଛି । ଏହାପୂର୍ବରୁ ଭାରତ ବାସୁଦେବନ ଭାସ୍କରନଙ୍କ ଅଧିନାୟକତ୍ୱରେ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ଭାରତ ପାଇଁ ସିମରନଜିତ ଦୁଇଟି ଗୋଲ କରିଥିଲେ, ହରମନପ୍ରୀତ, ରୁପିନ୍ଦର ପାଲ ଏବଂ ହାର୍ଦ୍ଦିକ ସିଂହ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ ଏବଂ ଏହି ମ୍ୟାଚରେ ଦଳକୁ ବିଜୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

୧୯୮୦ ମସ୍କୋ ଅଲିମ୍ପିକ୍ସରେ ଭାରତ ହକିରେ ଶେଷ ପଦକ ଜିତିଥିଲା । ସେହିବର୍ଷ ଅଧିନାୟକ ବାସୁଦେବନ ଭାସ୍କରନଙ୍କ ନେତୃତ୍ୱରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା।

ତେବେ ଭାରତୀୟ ହକି ଦଳର ଐତିହାସିକ ବିଜୟ ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ