ଗତକାଲି ଆପଣମାନେ ସମସ୍ତେ ଦେଖିଥିବେ ଜଣେ ଭାରତୀୟ ଫ୍ୟାନ ସମସ୍ତଙ୍କ ସାମ୍ନାରେ ଅଷ୍ଟ୍ରେଲିଆର ଜଣେ ଯୁବତୀଙ୍କୁ ପ୍ରୋପୋଜ କରିଥିଲେ ।
ତେବେ ସେହି ପ୍ରୋପୋଜ ବେଳର ଭିଡ଼ିଓ ସୋସିଆଲ ମିଡିଆରେ ବେଶ ଚର୍ଚା ହେବାରେ ଲାଗିଛି । ସମସ୍ତେ ଏହି ଦୃଶ୍ୟ କୁ ଦେଖି କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ଏବଂ ସେତେବେଳର ଦୃଶ୍ୟ ଥିଲା ବହୁତ ରୋମାଞ୍ଚକର । ସୂଚନାଅନୁଯାଇ ଗତକାଲି ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଓ୍ଵାନ୍ ଡେ ସିରିଜ୍ର ଦ୍ୱିତୀୟ ମୁକାବିଲା ସିଡ୍ନୀରେ ଖେଳାଯାଉଥିଲା । ଏହି ମ୍ୟାଚ୍ ବେଳେ ଜଣେ ଭାରତୀୟ ଫ୍ୟାନ୍ ସମସ୍ତଙ୍କ ସାମ୍ନାରେ ଅଷ୍ଟ୍ରେଲିଆର ଜଣେ ଯୁବତୀଙ୍କୁ ପ୍ରପୋଜ୍ କରିଥିଲେ । ଯାହାକୁ ଦେଖି ସେଠାରେ ଉପସ୍ଥିତ ସବୁ ଲୋକ ତାଳି ବଜାଇଥିବା ଦେଖିବାକୁ ମିଳିଥିଲା ।
ଫ୍ୟାନ୍ ଜଣକ ପ୍ରଥମେ ଯୁବତୀଙ୍କୁ ପ୍ରପୋଜ୍ କରିଥିଲେ। ତା’ପରେ ଆଣ୍ଠେଇ ବସି ମୁଦି ଉପହାର ଦେଇଥିଲେ। ଏହା ପରେ ଉଭୟେ ପରସ୍ପରକୁ କୋଳେଇ ନେଇଥିଲେ। ଏହି ସିନ୍ ଦେଖି ପଡ଼ିଆରେ ଉପସ୍ଥିତ ଗ୍ଲେନ୍ ମ୍ୟାକ୍ସୱେଲ୍ ବି ତାଳି ବଜାଇଥିବା ଦେଖିବାକୁ ମିଳିଥିଲା ।
ଟ୍ଵିଟରରେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ମଧ୍ୟ ମଜାଳିଆ କମେଣ୍ଟ କରୁଛନ୍ତି। ଜଣେ ୟୁଜର ଟ୍ଵିଟ୍ କରି ଲେଖିଛନ୍ତି ‘ପ୍ରପୋଜ୍ କରିବାକୁ ଯୁବକ ଜଣକ କହିଥିବେ ଆଜିଠୁ ମୁଁ ଅଷ୍ଟ୍ରେଲିଆକୁ ସର୍ପୋଟ୍ କରିବି, ତୁମେ ମୋତେ ବିବାହ କରିବ? ଏହା ପରେ ଯୁବତୀ ହଁ କହିଥିବେ’। ଏହିଭଳି ବହୁତ ମଜାଦାର ମଜାଦାର କମେଣ୍ଟସ ମଧ୍ୟ ଦେଖିବାକୁ ମିଳୁଛି । ଏବଂ ଭିୟର୍ସ ଓ ଲାଇକ ମଧ୍ୟ ବଢି ବଢି ଚାଲିଛି । କ୍ରିକେଟ ପଡ଼ିଆରେ ଏହା ପ୍ରଥମ ଘଟଣା ବୋଲି ବିବେଚନା କଲେ ଏହା କୌଣସି ଭୁଲ ହେବ ନାହିଁ ।