ଭୁବନେଶ୍ୱର: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସାହାସୀକତାର ପରିଚୟ ଦେଇଛନ୍ତି ୨୪ ବର୍ଷୀୟ ଭାରତୀୟ ମହିଳା ପାଇଲଟ୍ । ପୋଲାଣ୍ଡ ଏବଂ ହଙ୍ଗେରୀ ସୀମାରେ ଫସି ରହିଥିବା ୮୦୦ ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ମହାସ୍ୱେତା ଚକ୍ରବର୍ତ୍ତୀ (Mahasweta Chakraborty) ।
‘ଅପରେସନ୍ ଗଙ୍ଗା’ର ସଦସ୍ୟ ଚକ୍ରବର୍ତ୍ତୀ ଫେବୃଆରୀ ୨୭ ରୁ ମାର୍ଚ୍ଚ ୭ ମଧ୍ୟରେ ରୁଷ-ୟୁକ୍ରେନ ସଙ୍କଟ ମଧ୍ୟରେ ଫସି ରହିଥିବା ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ୬ ଥର ବିମାନ ଉଡ଼ାଣ କରିଥିଲେ। ମହାସ୍ୱେତାଙ୍କ ଏଭଳି ଉଦ୍ୟମ ପାଇଁ ବିଜେପି ମହିଲା ମୋର୍ଚ୍ଚାର ଟ୍ୱିଟର ଆକାଉଣ୍ଟରେ ଏକ ଟୁଇଟ୍ କରାଯାଇ ତାଙ୍କୁ ଖୁବ ପ୍ରଶଂସା କରାଯାଇଥିଲା।
୨୪ ବର୍ଷୀୟ ଭାରତୀୟ ମହିଳା ପାଇଲଟ ମହାସ୍ୱେତା ହେଉଛନ୍ତି ଭାରତୀୟ ଜନତା ପାର୍ଟିର ପଶ୍ଚିମବଙ୍ଗ ମହିଲା ମୋର୍ଚ୍ଚା ସଭାପତି ତନୁଜା ଚକ୍ରବର୍ତ୍ତୀଙ୍କ ଝିଅ । ଅକ୍ସିଲିୟମ୍ କନଭେଣ୍ଟ ସ୍କୁଲର ଛାତ୍ର ମହାସ୍ୱେତା ଚକ୍ରବର୍ତ୍ତୀ ତାଙ୍କ ପିତାମାତାଙ୍କର ଏକମାତ୍ର ସନ୍ତାନ ଏବଂ ସେ ସର୍ବଦା ପାଇଲଟ୍ ହେବାକୁ ଚାହୁଁଥିଲେ।