ଭୁବନେଶ୍ୱର: ଆମ ଦେଶରେ ଭଲ ମେଡିକାଲ କଲେଜ ଅଛି । ଏହା ପରେ ମଧ୍ୟ ଅଧିକ ସଂଖ୍ୟକ ଭାରତୀୟ ମେଡିକାଲ ପାଠ୍ୟକ୍ରମ ପାଇଁ ବିଦେଶକୁ ଯାଇଥାନ୍ତି । ଏହି ଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶ ୟୁକ୍ରେନ, ରୁଷ ଏବଂ ଚାଇନାରେ ଅଧ୍ୟୟନ କରନ୍ତି । ତେବେ ଭାରତୀୟମାନେ କାହିଁକି ବିଦେଶ ଯାଇ ମେଡିକାଲ ଅଧ୍ୟୟନ କରନ୍ତି ? ତେବେ ଆସନ୍ତୁ ଜାଣିବା ବିଦେଶ ଯିବା ପଛର କାରଣ କଣ ?
ବିଦେଶରେ ଡାକ୍ତରୀ ଅଧ୍ୟୟନ ପାଇଁ କମ୍ ଦେୟ ଦେବାକୁ ପଡେ ଏବଂ ଅଧିକ ସୁବିଧା ମିଳେ । ଭାରତୀୟ ଛାତ୍ରମାନେ ନିଜ ଦେଶ ଅପେକ୍ଷା ବିଦେଶରେ ଅତି ସହଜରେ ଆଡମିଶନ ପାଇଥାନ୍ତି । ଭାରତରେ ଯେଉଁଠାରେ ଘରୋଇ କଲେଜରୁ MBBS ଅଧ୍ୟୟନ ପାଇଁ ୧୦ ରୁ ୧୨ ଲକ୍ଷ ଟଙ୍କା ଦେବାକୁ ପଢ଼ିଥାଏ ସେଇଠି ବିଦେଶରେ ସେମାନଙ୍କୁ ବର୍ଷକୁ ମାତ୍ର ୨ ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ।
ଭାରତରେ NEET ମାଧ୍ୟମରେ MBBS, BDS ଏବଂ Dental କଲେଜରେ ଆଡମିଶନ ଦିଆଯାଏ । ଏଥି ସହିତ, ଆସନ ମଧ୍ୟ ଏଠାରେ ସୀମିତ, ଯେଉଁଥିପାଇଁ ପ୍ରତିଯୋଗିତା ଅଧିକ। ହେଲେ ବିଦେଶରେ ପ୍ରତିଯୋଗିତା କମ୍ । ଭାରତୀୟ ଛାତ୍ରମାନେ ୟୁକ୍ରେନ ପରି ଅନ୍ୟ ଦେଶରୁ ଡାକ୍ତରୀ ଡିଗ୍ରୀ ହାସଲ କରି ସହଜରେ ୟୁରୋପୀୟ ନାଗରିକତ୍ୱ ପାଇଥାନ୍ତି। ଏହି ସବୁ କାରଣରୁ ଭାରତୀୟ ଛାତ୍ରମାନେ ବିଦେଶରେ ପଢିବାକୁ ଅଧିକ ପସନ୍ଦ କରିଥାନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଭାରତରୁ ପ୍ରାୟ ୨୦ ହଜାର ରୁ ୨୫ ହଜାର ଛାତ୍ରଛାତ୍ରୀ ମିଡ଼ିକାଲ ପାଠ ପଢିବା ପାଇଁ ବିଦେଶ ଯାଇଥାନ୍ତି।