ଜେଲରେ ମହିଳା କଏଦୀକୁ କାମୁଡ଼ିଦେଲା ସାପ, ଗୁରୁତର ଅବସ୍ଥାରେ ସୋର ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ସବ ଜେଲରେ ଅଘଟଣ । ଜଣେ ବିଚାରଧୀନ ମହିଳା କଏଦିକୁ ସାପ କାମୁଡ଼ିଦେବା ଫଳରେ ଗୁରୁତର ହୋଇ ସୋର ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ କିଛିଦିନ ପୂର୍ବରୁ ଜଣେ ବିଚାରଧୀନ କଏଦୀର ମୃତ୍ୟୁ ହୋଇଥିବା ଖବରକୁ ଦୁଇମାସ ନ ପୁରୁଣୁ ଜଣେ ମହିଳା କଏଦୀଙ୍କୁ ସାପ କାମୁଡିବା ଅଘଟଣ ଏବେ ସାମ୍ନାକୁ ଆସିଛି। ଏ ସମ୍ପର୍କରେ ଜେଲ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ କରି ଦାୟୀ ଅଧିକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଉଛି।