ଲଞ୍ଚ ପୂର୍ବରୁ ଲିକ୍ ହେଲା ଆଇଫୋନ୍ 13 ଫଟୋ, ଦେଖିନାହାନ୍ତି ଯଦି ଫଟାଫଟ ଦେଖି ନିଅନ୍ତୁ

ନୂଆଦିଲ୍ଲୀ : ଆପଲ୍ ଚଳିତ ବର୍ଷ ଏହାର ଫ୍ଲାଗସିପ୍ ଆଇଫୋନ୍ 13 କୁ ଲଞ୍ଚ କରିବାକୁ ଯାଉଛି। କିନ୍ତୁ ଲଞ୍ଚ ହେବା ପୂର୍ବରୁ ଏହି ହ୍ୟାଣ୍ଡସେଟର ଫଟୋ ଲିକ୍ ହୋଇଛି। ତେବେ ନୂଆ ଆଇଫୋନ୍ 13 କିପରି ଦେଖାଯାଉଛି ଏବେ ହିଁ ଦେଖି ନିଅନ୍ତୁ ।

ଟେକ୍ ସାଇଟ୍ letsgodigital ନିକଟରେ ଆଇଫୋନ୍ 13 ର କିଛି ଫଟୋ ପୋଷ୍ଟ କରିଛି । ଆଇଫୋନ୍ 13 ର ଚାରୋଟି ମଡେଲ୍ ଲଞ୍ଚ କରାଯିବ ବୋଲି ସାଇଟ୍ ଦାବି କରିଛି। ଏଥିମଧ୍ୟରେ ଆଇଫୋନ୍ 13, ଆଇଫୋନ୍ 13 ମିନି ଏବଂ ଆଇଫୋନ୍ 13 ପ୍ରୋ ର ଦୁଇଟି ମଡେଲ୍ ଅନ୍ତର୍ଭୁକ୍ତ। ସୂଚନା ଅନୁଯାୟୀ, ଆପଲ୍ ଚଳିତ ବର୍ଷ ସେପ୍ଟେମ୍ବରରେ ଆଇଫୋନ୍ 13 ହ୍ୟାଣ୍ଡସେଟ୍ କୁ ଲଞ୍ଚ କରିପାରେ।

ନୂତନ ଆଇଫୋନ୍ 13 ହ୍ୟାଣ୍ଡସେଟରେ ଆପଣ ଏକ ଦମଦାର କ୍ୟାମେରା ପାଇବେ।  ଆଇଫୋନ୍ 13 ରେ ୱେୟାରଲେସ ଚାର୍ଜିଂ ହିଁ ପାଇବେ । କୁହାଯାଉଛି ଯେ ଏହି ଫୋନ୍ ପାଇଁ ଆପଣଙ୍କୁ ଅଲଗା Apple MagSafe ଚାର୍ଜର କିଣିବାକୁ ପଡିବ।