ଭୁବନେଶ୍ୱର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୫ ତମ ସିଜନର ନିଲାମ ଚାଲିଛି । ମେଗା ନିଲାମର ପ୍ରଥମ ଦିନରେ ଅନେକ ଖେଳାଳିଙ୍କ ଭାଗ୍ୟ ବଦଳିଯାଇଛି । ଏହି ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନ ରେକର୍ଡ ଭାଙ୍ଗିଛନ୍ତି । ଇଶାନ କିଶନଙ୍କୁ ୧୫.୨୫ କୋଟିରେ କିଣିଛି ମୁମ୍ବାଇ ।
ଏହା ସହିତ, ଇଶାନ୍ କିଶାନ୍ ଆଇପିଏଲ୍ ଇତିହାସରେ ନିଲାମରେ ବିକ୍ରି ହୋଇଥିବା ଦ୍ୱିତୀୟ ମହଙ୍ଗା ଭାରତୀୟ ଖେଳାଳି ହୋଇଛନ୍ତି । ଏହି ତାଲିକାରେ ଯୁବରାଜ ସିଂ ଏକ ନମ୍ବରରେ ଅଛନ୍ତି।
ସେହିପରି ୧୨ କୋଟି ୨୫ ଲକ୍ଷରେ ଶ୍ରେୟସ ଆୟରଙ୍କୁ ନେଇଛି କୋଲକାତା ।
୧୦.୭୫ କୋଟି ଟଙ୍କାରେ ଆରସିବିକୁ ଗଲେ ହର୍ଷଲ ପଟେଲ ।
ଶିମରନ୍ ହେଟମେୟରଙ୍କୁ ୮.୫ କୋଟି ଟଙ୍କାରେ କିଣିଲା ରାଜସ୍ଥାନ ରୟାଲ୍ସ ।
୮ କୋଟି ଟଙ୍କାରେ ଟ୍ରେଣ୍ଟ ବୋଲ୍ଟକୁ ନେଲା ରାଜସ୍ଥାନ ।
୪.୬ କୋଟି ଟଙ୍କାରେ ମନୀଷ ପାଣ୍ଡେଙ୍କୁ କିଣିଲା ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ।
୬.୨୫ କୋଟିରେ ମହମ୍ମଦ ଶାମିଙ୍କୁ ନେଲା ଗୁଜରାଟ ଟାଇଟନ୍ସ ।
ଡି କକ୍ଙ୍କୁ ୬ କୋଟି ୭୫ ଲକ୍ଷରେ କିଣିଲା ଲକ୍ଷ୍ନୌ ।
୬ କୋଟି ୨୫ ଲକ୍ଷରେ ଓ୍ୱାର୍ଣ୍ଣରଙ୍କୁ କିଣିଲା ଦିଲ୍ଲୀ ।
୭ କୋଟିରେ ଫାଫ୍ ଡୁ ପ୍ଲେସିସଙ୍କୁ ନେଲା ବାଙ୍ଗାଲୋର ।
ଜେସନ୍ ରୟଙ୍କୁ ୨ କୋଟିରେ ନେଲା ଗୁଜରାଟ ଟାଇଲନ୍ସ ।
ଦେବଦତ୍ତ ପାଡିକଲଙ୍କୁ ୭.୭୫ କୋଟି ଟଙ୍କାରେ କିଣିଲା ରାଜସ୍ଥାନ ରୟାଲ୍ସ ।
ରବିନ୍ ଉଥାପ୍ପାଙ୍କୁ ୨ କୋଟି ଟଙ୍କାର ବେସ୍ ପ୍ରାଇସରେ କିଣିଛି ଚେନ୍ନାଇ ସୁପର୍ କିଙ୍ଗସ୍ ।