”ତୁମ ସହ ଏବଂ ତୁମ ପାଇଁ ଶପଥ ନେବା ମୋ ପାଇଁ ଗୌରବର ବିଷୟ ” – ଇରା ଖାନ

ମୁମ୍ବାଇ : ଭାଲେଣ୍ଟାଇନ୍ସ ଡେ’ କୁ ସେଲିବ୍ରେଟ କଲେ ନୁପୁର ଓ ଇରା | ଫ୍ୟାନ୍ସମାନଙ୍କୁ ସେୟାର କଲେ କିଛି ଫଟୋ |

ଅଭିନେତା ଆମୀର ଖାନଙ୍କ ଝିଅ ଇରା ଖାନ ନିକଟରେ ନୁପୁର ଶିଖରଙ୍କ ସହ ସମ୍ପର୍କ ସ୍ଥାପନ କରିଛନ୍ତି | ସେ ନୁପୁରଙ୍କୁ ଡେଟ କରୁଛନ୍ତି ଏବଂ ଦୁହେଁ ଭାଲେଣ୍ଟାଇନ୍ସ ଡେ’ ଉତ୍ସବ ମନାଉଥିବାର ଏକ ଝଲକ ନିଜ ଫ୍ୟାନ୍ସମାନଙ୍କୁ ସେୟାର କରିଛନ୍ତି |

ନୁପୁର କିଛି ଫଟୋ ସେୟାର କରିଛନ୍ତି | ଫଟୋ କ୍ୟାପସନରେ ସେ ଲେଖିଛନ୍ତି – ‘ଷ୍ଟେ ହୋମ ଉଇଥ ମି’ | ପ୍ରମିଜ ଡେ’ ରେ ଇରା ନୁପୁରଙ୍କ ସହ ତାଙ୍କ ସମ୍ପର୍କକୁ ସର୍ବସାଧାରଣରେ ଘୋଷଣା କରିଥିଲେ, ” ତୁମ ସହ ଏବଂ ତୁମ ପାଇଁ ଶପଥ କରିବା ମୋ ପାଇଁ ଏକ ଗୌରବର ବିଷୟ |” ସେ ନୁପୁରଙ୍କ ସହ ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ | ନୁପୁର ହେଉଛନ୍ତି ଇରାଙ୍କ ଫିଟନେସ୍ କୋଚ୍ | ଇରା ତାଙ୍କୁ ବହୁତ ଦିନ ଆଗରୁ ଜାଣିଛନ୍ତି ଏବଂ ଉଭୟ ଉଭୟଙ୍କୁ ବହୁତ ଭଲପାଆନ୍ତି | ଦୁହିଁଙ୍କର ଅନେକ ଅନ୍ତରଙ୍ଗ ଫଟୋ ସେମାନେ ସେୟାର କରିଛନ୍ତି, ଯାହା ଦୀର୍ଘ ଦିନ ଧରି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଆସୁଛି |

ଅମୀର ଖାନ ଏବଂ ରୀନା ଦତ୍ତଙ୍କ ସାନ ଝିଅ ଇରା | ପୂର୍ବରୁ ଶୁଣିବାକୁ ମିଳୁଥିଲା, ଇରା ଖାନ ମିଶାଲ କୃପଲାନିଙ୍କୁ ଡେଟ କରୁଛନ୍ତି କିନ୍ତୁ ପରେ ଖବର ଆସିଲା ଯେ, ମିଶାଲଙ୍କ ସହ ତାଙ୍କର ଦୁଇ ବର୍ଷର ସମ୍ପର୍କ ଡିସେମ୍ବର୨୦୧୯ ରେ ଭାଙ୍ଗି ଯାଇଛି | ବୋଧ ହୁଏ ସେଥିପାଇଁ ଇରା ଡିପ୍ରେସନ୍ କୁ ଚାଲି ଯାଇଥିଲେ |