ଆତ୍ମହତ୍ୟା ରୋକିବା ପାଇଁ ଜାପାନ ସରକାରଙ୍କ ଅଭିନବ ପଦକ୍ଷେପ |

ଜାପାନ : ଜାପାନରେ କରୋନା ସଂକ୍ରମଣ ବଢିବା ସହ ଆତ୍ମହତ୍ୟା ମଧ୍ୟ ବୃଦ୍ଧି ଘଟିବା ଯୋଗୁ ଜଣେ ସ୍ୱତନ୍ତ୍ର ମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇଛି | ଏହି ଦାଇତ୍ୱ ମନ୍ତ୍ରୀ ତେଶୁଶି ସାକାମୋଟୋଙ୍କୁ ଦିଆଯାଇଛି |

ସମଗ୍ର ବିଶ୍ୱ କରୋନା ମାହାମାରୀରେ ଆକ୍ରାନ୍ତ ହେବା ପରେ ଅଖ-ଚକ ସବୁ ବନ୍ଦ ହେଇଯାଇଥିଲା | ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନଙ୍କୁ ଛାଡି ବାକି ସବୁ ବନ୍ଦ | ଏଭଳି ସ୍ଥିତିରେ ଘରୁ ଥାଇ ଅଫିସ କାର୍ଯ୍ୟ କରିବାକୁ ପଡିଲା | ନା ମଣିଷ କୋଉଠିକି ଯାଇପାରିଲା ନା କିଏ ଘରକୁ ଆସିପାରିଲା | ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ସାଧାରଣ ଲୋକଙ୍କ ମଧ୍ୟରେ ନିସଂଗତା ବୃଦ୍ଧି ପାଇଲା |

ନିସଂଗତା ବୃଦ୍ଧି ହେତୁ ଏହା ଆତ୍ମହତ୍ୟାକୁ ବାଟ ଦେଖେଇଲା | ବିଶେଷ କରି ଜାପାନରେ ଏହି ସମୟରେ ଅଧିକ ସଂଖ୍ୟକ ମହିଳାମାନେ ଆତ୍ମହତ୍ୟା କରିଥିଲେ ଯାହାକି, ଜାପାନ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା | ଏ ସବୁର ନିରାକରଣ ପାଇଁ ଜାପାନ ସରକାର ଏକ ଅଭିନବ କଥା ଚିନ୍ତା କରି ଜଣେ ସୁଦକ୍ଷ ସ୍ୱତନ୍ତ୍ର ମନ୍ତ୍ରୀଙ୍କୁ ନିଯୁକ୍ତ କରାଇଲେ | ଏକୁଟିଆ ପଣ ଯୋଗୁ ବଢୁଥିବା ଆତ୍ମହତ୍ୟାକୁ ରୋକିବା ପାଇଁ ସ୍ୱତନ୍ତ୍ର ମନ୍ତ୍ରୀ ସରକାରଙ୍କୁ ସୁଚିନ୍ତିତ ପରାମର୍ଶ ଦେବେ ଆଉ ତତ ସଂଗେ ସଂଗେ ଏହି ସମସ୍ୟାର ସମାଧାନ ପାଇଁ ବାଟ ବାହାରକରିବେ |

ବ୍ରିଟେନ ପରେ ଜାପାନ ହେଉଛି ଦ୍ଵିତୀୟ ରାଷ୍ଟ୍ର ଯିଏ ଏଭଳି ପଦକ୍ଷେପ ନେଇଛି | ବ୍ରିଟେନ ସରକାର ୨୦୧୮ ରେ ଏକୁଟିଆପଣର ଶିକାର ହେଉଥିବା ଲୋକଙ୍କ ପ୍ରତି ଧ୍ୟାନ ଦେବା ପାଇଁ ଜଣେ ସ୍ୱତନ୍ତ୍ର ମନ୍ତ୍ରୀ ନିଯୁକ୍ତ କରିଥିଲେ |