ଭୁବନେଶ୍ୱର: AMO ଇଲେକ୍ଟ୍ରିକ୍ ବାଇକ୍ ଏହାର ନୂତନ ଇଲେକ୍ଟ୍ରିକ୍ ସ୍କୁଟର ଜାଉଣ୍ଟି ପ୍ଲସ୍ (Jaunty Plus) ମାର୍କେଟରେ ଲଞ୍ଚ କରିଛି । ଏହି ଇ-ସ୍କୁଟରର (ଏକ୍ସ-ଶୋ’ରୁମ୍) ମୂଲ୍ୟ ୧ ଲକ୍ଷ ୧୦ ହଜାର ୪୬୦ ଟଙ୍କା ରଖାଯାଇଛି । କମ୍ପାନୀ ଦାବି କରିଛି ଯେ ଏହି ଇଲେକ୍ଟ୍ରିକ୍ ସ୍କୁଟର ୧୨୦ କିଲୋମିଟରରୁ ଅଧିକ ପରିସର ଦେବ ଏବଂ ସମ୍ପୂର୍ଣ୍ଣ ଚାର୍ଜ କରିବା ପାଇଁ ମାତ୍ର ଚାରି ଘଣ୍ଟା ସମୟ ଲାଗିବ ।
ଜାଉଣ୍ଟି ପ୍ଲସ୍ (Jaunty Plus) ରେ ଉପଭୋକ୍ତାମାନେ ଟେଲିସ୍କୋପିକ୍ ଫୋର୍କ ସସପେନ୍ସନ୍, ହାଇ ଗ୍ରାଉଣ୍ଡ କ୍ଲିୟରାନ୍ସ, ସାଇଡ୍ ଷ୍ଟାଣ୍ଡ୍ ସେନ୍ସର, ସେଣ୍ଟ୍ରାଲ୍ ଲକିଂ, ଫ୍ରଣ୍ଟ୍ ଡିସ୍କ ବ୍ରେକ୍, DRL ଲାଇଟ୍ ଏବଂ ଇଲେକ୍ଟ୍ରିକ୍ ସ୍କୁଟରରେ ଏକ ଇଞ୍ଜିନ କିଲ୍ ସୁଇଚ୍ ଭଳି ସୁବିଧା ମଧ୍ୟ ପାଇବେ। ଜାଉଣ୍ଟି ପ୍ଲସ୍ ଇ-ସ୍କୁଟରରେ ବ୍ୟବହାରକାରୀଙ୍କ ପାଇଁ ଏକ ମୋବାଇଲ୍ USB ଚାର୍ଜିଂ ପୋର୍ଟ ମଧ୍ୟ ଦିଆଯାଇଛି।
ଏହି ଇଲେକ୍ଟ୍ରିକ୍ ସ୍କୁଟର ରେ କମ୍ପାନୀ ତିନି ବର୍ଷର ୱାରେଣ୍ଟି ଦେଉଛି। ଆପଣ ଏହି ଇଲେକ୍ଟ୍ରିକ୍ ସ୍କୁଟରକୁ ରେଡ୍-ବ୍ଲାକ୍, ଗ୍ରେ-ବ୍ଲାକ୍, ବ୍ଲୁ-ବ୍ଲାକ୍, ହ୍ୱାଇଟ୍-ବ୍ଲାକ୍ ଏବଂ ୟେଲୋ-ବ୍ଲାକ୍ ପରି ପାଞ୍ଚଟି ରଙ୍ଗରେ ପାଇବେ । ଫେବୃଆରୀ ୧୫ ରୁ ଜାଉଣ୍ଟି ପ୍ଲସ୍ ବିକ୍ରି ପାଇଁ ଉପଲବ୍ଧ ହେବ ।