ଭୁବନେଶ୍ୱର: ଆପଣ କେବଳ ଚଳଚ୍ଚିତ୍ରରେ ଉଡ଼ୁଥିବା ବାଇକ୍ ଦେଖିଥିବେ । ହେଲେ ଏବେ ଆପଣ ଏହାକୁ ନିଜେ ଚଲାଇ ପାରିବେ । ଏଥିପାଇଁ ଆପଣଙ୍କୁ ପାଇଲଟ ଲାଇସେନ୍ସ ମଧ୍ୟ ଦରକାର ନାହିଁ ।
‘ଦ ମିରର’ର ରିପୋର୍ଟ ଅନୁଯାୟୀ, ଜେଟସନ୍ ୱାନ୍ ବିଶ୍ୱର ପ୍ରଥମ ଫ୍ଲାଇଙ୍ଗ୍ ବାଇକ୍ ହେବ ଏବଂ ଏହା ବ୍ୟବସାୟିକ ବ୍ୟବହାର ପାଇଁ ମଧ୍ୟ ଉପଲବ୍ଧ। ଜେଟସନ୍ ୱାନର ଓଜନ ୮୬ କିଲୋଗ୍ରାମ ଏବଂ ଦୁଇ ଘଣ୍ଟା ଚାର୍ଜ କଲା ପରେ ଏହା ୨୦ ମିନିଟ୍ ଧରି ଆକାଶରେ ଉଡ଼ିପାରିବ ।
ଜେଟସନ୍ ୱାନ୍ ସଂପୂର୍ଣ୍ଣ ଇଲେକ୍ଟ୍ରିକ ,ଯାହାକି ପ୍ରାୟ ୧୦୧ କିଲୋମିଟର ବେଗରେ ଉଡିପାରେ । ଜେଟସନ୍ ୱାନ୍ ରନୱେ ଆବଶ୍ୟକ କରେ ନାହିଁ ଏବଂ ସହଜରେ ଯେକୌଣସି ସ୍ଥାନରେ ଆପଣ ଏହାକୁ ଅବତରଣ ମଧ୍ୟ କରିପାରିବେ।
କମ୍ପାନୀ କହିଛି ଯେ ଏହି ବାଇକର ମୂଲ୍ୟ ୬୮,୦୦୦ ପାଉଣ୍ଡ ଅର୍ଥାତ୍ ୬୮,୮୪,୪୮୭ ଟଙ୍କା ହୋଇପାରେ। ତେବେ ସହରରେ ଏହି ଫ୍ଲାଇଙ୍ଗ୍ ବାଇକ୍ କୁ ଉଡେଇବାପାଇଁ ଅନୁମତି ଦିଆଯାଇ ନାହିଁ । ଏହାକୁ କେବଳ ଖୋଲା ଜମିରେ ଉଡ଼ାଯାଇପାରିବ ।