ଦୁର୍ଘଟଣା ନୁହେଁ ବିଚାରପତିଙ୍କୁ ହତ୍ୟା କରାଯାଇଛି ! ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

ଭୁବନେଶ୍ୱର : ଦୁର୍ଘଟଣାରେ ଝାଡ଼ଖଣ୍ଡର ଧନବାଦ ଜିଲ୍ଲା କୋର୍ଟର ଅତିରିକ୍ତ ବିଚାରପତିଙ୍କର ଉତ୍କଳ ଆନନ୍ଦଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାର CCTV ଫୁଟଜ ଏବେ ସାମ୍ନାକୁ ଆସିଛି । ପୋଲିସ ସନ୍ଦେହ କରୁଛି ଯେ ଏହା ଦୁର୍ଘଟଣା ନୁହେଁ, ବିଚାରପତିଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଧକ୍କା ଦିଆଯାଇଛି । ଭିଡିଓରେ ସ୍ପଷ୍ଟ ଭାବେ ଦେହିବାକୁ ମିଳୁଛି ଯେ,ମର୍ନିଙ୍ଗ ୱାକ କରୁଥିବା ସମୟରେ ବିଚାରପତିଙ୍କୁ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋ ତାଙ୍କୁ ପଛପଟୁ ଧକ୍କା ଦେଇ ଚାଲିଯାଇଥିଲା ।

ବୁଧବାର ଧନବାଦର ଏଡିଜେ ଉତ୍କଳ ଆନନ୍ଦଙ୍କ ମୃତ୍ୟୁ ପରେ ପୋଲିସ ବିଭାଗରେ ଆତଙ୍କ ଖେଳିଯାଇଛି। ଏକ ଅଟୋ ତାଙ୍କୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ , ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସିସିଟିଭିରେ ରେକର୍ଡ ହୋଇଛି । ଭିଡିଓକୁ ଦେଖିଲେ ଲାଗୁଛି ଯେପରି ହତ୍ୟାକାଣ୍ଡ ଉଦ୍ଦେଶ୍ୟରେ ଏହି ଘଟଣା କରାଯାଇଛି।

ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏନେଇ ପୋଲିସ ଡିଜି ମୟୂର ପଟେଲ ଧନବାଡରେ ପହଞ୍ଚି ସ୍ୱର୍ଗତ ବିଚାରପତିଙ୍କ ପରିବାର ସଦସ୍ୟ ଏବଂ ଅନ୍ୟ ବିଚାରପତିଙ୍କୁ ପଚରାଉଚରା କରିଥିଲେ।

ପରିବାର ସଦସ୍ୟ ଏବଂ ବିଚାରପତିମାନେ ଡିଜିଙ୍କୁ କହିଥିଲେ ଯେ, ଏହା ଦୁର୍ଘଟଣା ନୁହେଁ ବରଂ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ। ସେପଟେ ଅଭିଯୁକ୍ତ ଖୁବଶୀଘ୍ର ଧରାଯିବ ବୋଲି ଡିଜି କହିଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ଏକ ୭ ଜଣିଆ ଟିମ୍ ଗଠନ କରାଯାଇଛି। ପୋଲିସ ବିଭିନ୍ନ ଦିଗରୁ ମାମଲା ଅନୁସନ୍ଧାନ କରୁଛି।