ଜଗତସିଂହପୁରରେ ୧୨ ନିୟୁତ ଟନ୍‌ର ଇସ୍ପାତ ପ୍ରକଳ୍ପ କରିବ JSW, ରୋଜଗାର ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ

ଭୁବନେଶ୍ୱର: ଓଡ଼ିଶାରେ ଖୁବ ଶୀଘ୍ର ଚାକିରିର ସୁଯୋଗ ଦେବ JSW । ଏନେଇ ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସରେ କଥା ହୋଇଛନ୍ତି JSW ର ମୁଖ୍ୟ ସଜ୍ଜନ ଜିନ୍ଦଲ ।

ଖୁବଶୀଘ୍ର ଜଗତସିଂହପୁରରେ ଜେଏସଡ଼ବ୍ଲୁ ଇସ୍ପାତ ପ୍ରକଳ୍ପ କାମ ଆରମ୍ଭ ହେବ। ଜଗତସିଂହପୁରରେ ୧୨ ନିୟୁତ ଟନର ଇସ୍ପାତ ପ୍ରକଳ୍ପ ଜେଏସଡ଼ବ୍ଲୁ କରିବ । ପ୍ରକଳ୍ପ ଅଗ୍ରଗତି ନେଇ ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନ୍ସ ଜରିଆରେ ବୈଠକ ହୋଇଥିଲା ।

ଏହି ବୈଠକରେ ଜେଏସଡ଼ବ୍ଲୁ ମୁଖ୍ୟ ସଜ୍ଜନ ଜିନ୍ଦଲ ଉପସ୍ଥିତ ଥିଲେ । କମ୍ପାନିର ଅଗ୍ରଗତି ପାଇଁ ସରକାରଙ୍କ ଠାରୁ ସବୁ ସହଯୋଗ ମିଳୁଛ ବୋଲି ସଜ୍ଜନ କହିଥିଲେ । ଅନ୍ୟପଟେ ଏହି ପ୍ରକଳ୍ପର ତ୍ୱରିତ ଅଗ୍ରଗତି ନେଇ ଆମେ ଆଶବାଦୀ ଅଛୁ ବୋଲି ନବୀନ କହିଛନ୍ତି ।

ଆଗାମୀ ୧୦ ବର୍ଷରେ ଓଡ଼ିଶାରେ ଲକ୍ଷେ କୋଟି ଟଙ୍କା ନିବେଶ କରିବ ଜେଏସଡ଼ବ୍ଲୁ । ସମ୍ବଲପୁରୂ ଆଇଆଇଏମ ଓ ଜେଏସଡ଼ବ୍ଲୁ ସହାୟତାରେ ଏକ ସ୍କୁଲ ପ୍ରତିଷ୍ଠା ହେଉଛି । ଏହି ଅନୁଷ୍ଠାନ ଦୀର୍ଘମିଆଦି ଶିକ୍ଷା ବିକାଶରେ ସହାୟକ ହେବ ବୋଲି JSW ର ମୁଖ୍ୟ ସଜ୍ଜନ ଜିନ୍ଦଲ କହିଛନ୍ତି ।