ଭୁବନେଶ୍ୱର: ମହିଳାମାନଙ୍କୁ ସ୍ୱାବଲମ୍ବୀ କରୁଥିବା କଳିଙ୍ଗ ସ୍ୱରାଜ ମହିଳା ୱିଙ୍ଗ୍ ପକ୍ଷରୁ ଆୟୋଜିତ ହୋଇଥିଲା ‘ଅବୀରଲ’ (ଯାହାର କୌଣସି ଅନ୍ତ ନାହିଁ)। ପୁନେ ସହରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧୀକ ମହିଳା ଯୋଗ ଦେଇଥିଲେ।
ଏହି ଅବସରରେ ମହିଳାମାନେ କିଭଳି ପରସ୍ପରକୁ ସାହାଯ୍ୟ-ସହଯୋଗ କରିପାରିବେ ସେନେଇ ଆଲୋଚନା ହୋଇଥିଲା । କଳିଙ୍ଗ ସ୍ୱରାଜ ମହିଳା ୱିଙ୍ଗ୍ ର ଉଦ୍ୟମ ବଳରେ ଆଜି କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ରହୁଥିବା ଓଡ଼ିଆ ମହିଳାମାନେ ଏକତ୍ରୀତ ହୋଇପାରିଛନ୍ତି।.କଳିଙ୍ଗ ସ୍ୱରାଜ ମହିଳା ୱିଙ୍ଗ ହେଉଛି ଏକ ଫେସବୁକ ଗୋଷ୍ଠୀ ଯାହାକି ଓଡିଆ ମହିଳାମାନଙ୍କୁ ସମଗ୍ର ବିଶ୍ୱରେ ସଂଯୋଗ କରିବା ଦିଗରେ କାର୍ଯ୍ୟ କରୁଛି । ଏହା ହେଉଛି ଏକ ଏମିତି ପ୍ଲାଟଫର୍ମ ଯେଉଁଠି ଓଡିଆ ସଂସ୍କୃତି, ପରମ୍ପରା ଏବଂ ଖାଦ୍ୟ ବିଷୟରେ ସଚେତନତା ସୃଷ୍ଟି କରେ, ପ୍ରତିଭାକୁ ପ୍ରୋତ୍ସାହିତ କରେ, ଘରୋଇ ଉଦ୍ୟୋଗୀମାନଙ୍କୁ ସୁଯୋଗ ଦେଇଥାଏ, ଅଭାବୀ ଲୋକଙ୍କୁ ଚିକିତ୍ସା ସହାୟତା ମଧ୍ୟ ଯୋଗାଇଦେଇଥାଏ।
ପୁନେ ସ୍ଥିତ ୟୋଲୋ ଲାଉନ୍ଜ ରେ ବଡ ଧୂମଧାମରେ ପାଳିତ ହୋଇଥିଲା “ଅବୀରଲ” । କଳିଙ୍ଗ ସ୍ୱରାଜ ୱମେନସ ୱିଙ୍ଗ ଟିମର – ସ୍ମରଣୀକା,ଦିପାଲୀ, ନମ୍ରତା, ସାରଦା, ସସ୍ମିତା, ସାଗରୀକା, ପ୍ରୀତି, ରୋହୀନି, ପ୍ରମୋଦିନୀ, ଅଗ୍ନିଶିଖା, ସଂଗୀତା, ପ୍ରିୟଙ୍କାଙ୍କ ଦ୍ୱାରା ପାଳିତ ହୋଇଥିଲା। ଓଡିଶା ବାହାରେ ରହୁଥିବା ଓଡ଼ିଆ ମହିଳାଙ୍କ ଏକତା ଏବଂ ଉତ୍ସାହ ଉଲ୍ଲେଖନୀୟ ଥିଲା ।