କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଘରେ ଖୁସିର ଲହରୀ, ଘରକୁ ଆସିଲା ଜଗାର ଭଉଣୀ ସୁଭଦ୍ରା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ମେଲୁପଡ଼ା ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ ଜାଗା-କାଳିଆଙ୍କ ଘରେ ଖୁସିର ଲହରୀ । ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ମା ପୁଷ୍ପାଞ୍ଜଳି କହଁର । ଯାହାର ନାଁ ସୁଭଦ୍ରା ରଖିଛନ୍ତି ପରିବାର ଲୋକ । ତେବେ କାଳିଆର ବିୟୋଗ ପରେ ସୁଭଦ୍ରାର ଜନ୍ମ ପରିବାର ଲୋକଙ୍କ ମନରେ ଖୁସି ଭରି ଦେଇଛି ।

୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି କରାଯାଇଥିଲା। କଠିନ ପରିଶ୍ରମ ପରେ ଯୋଡ଼ାମୁଣ୍ଡ ଭାଇଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିଲା। ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଥିଲେ । ଏହାପରେ ଦିଲ୍ଲୀରେ କିଛି ସମୟ ରହିବା ପରେ ୨୦୧୯ ସେପ୍ଟେମ୍ବର ୭ ତାରିଖରେ ଓଡ଼ିଶା ଫେରିଥିଲେ ଜଗା- କାଳିଆ। ହେଲେ କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ନଭେମ୍ବର ୨୫ ତାରିଖରେ ଆଖି ବୁଜିଥିଲା କାଳିଆ ।