କଙ୍ଗନାଙ୍କ ବିରୋଧରେ ମୁମ୍ବାଇ ପୋଲିସ ଦ୍ୱାରା ଦେଶଦ୍ରୋହ ମାମଲା

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଏଫଆଇଆର ରୁଜୁ ହେବା ପରେ ଏବେ ମୁମ୍ବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ପକ୍ଷରୁ କଙ୍ଗନାକୁ ଡକାଯାଇଛି । ତାଙ୍କୁ ହାଜର ହେବାକୁ କୁହାଯାଇଛି, କିନ୍ତୁ ଏହି ଡାକରା ପରେ କଙ୍ଗନା ନିଜର କ୍ରୋଧ ପ୍ରକାଶ କରି ପୋଲିସକୁ ଟ୍ୱିଟ୍ କରିଛନ୍ତି ।

ଉଲ୍ଳେଖଥାଉ କି, ଦେଶଦ୍ରୋହ ମାମଲାରେ ମୁମ୍ବାଇ ପୋଲିସ ଦ୍ୱାରା କଙ୍ଗନା ରଣାୱତ ଓ ତାଙ୍କ ଭଉଣୀ ରଙ୍ଗୋଲିଙ୍କୁ ମଧ୍ୟ ଗତ ମଙ୍ଗଳବାର ଡକାଯାଇଥିଲା । ଜଣେ ଓକିଲଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଅଭିଯୋଗରେ, ଏହି ମାମଲା ବାନ୍ଦ୍ରା କୋର୍ଟର ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ପଂଜିକୃତ ହୋଇଥିଲା ।

୧୭ ଅକ୍ଟୋବର,୨୦୨୦ରେ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ୱାଦି ମୁନ୍ୱାର ଅଲି ଓରଫ ସାହିଲଙ୍କ ଅଭିଯୋଗରେ ଅଭିନେତ୍ରୀ କଙ୍ଗନା ରାଣାଓତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଯେଉଁଥିରେ କଙ୍ଗନା ରଣାୱତଙ୍କୁ ଆଇପିସିର ଧାରା ୧୫୩(କ), ୨୯୫(କ) , ୧୨୪ (କ) ଅନୁଯାୟୀ ଅଭିଯୋଗ କରାଯାଇଛି ।

ଖବରରୁ ଜଣାପଡିଛି ଯେ, କାଷ୍ଟିଂ ନିର୍ଦ୍ଦେଶକ ସାହିଲ ଆଶରଫ ସୟଦଙ୍କ ଅଭିଯୋଗ ପରେ ବାନ୍ଦ୍ରା କୋର୍ଟ କଙ୍ଗନା ଏବଂ ତାଙ୍କ ଭଉଣୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟରେ ଦାଖଲ ହୋଇଥିବା ପିଟିସନରେ କୁହାଯାଇଛି ଯେ କଙ୍ଗନା ରାନାୱତ ବଲିଉଡକୁ ଅସମ୍ମାନ କରିବାକୁ ଚେଷ୍ଟା କରୁଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମଠାରୁ ଆରମ୍ଭ କରି ଟିଭି ପର୍ଯ୍ୟନ୍ତ, ସେ ସବୁ ସ୍ଥାନରେ ବଲିଉଡ ବିରୋଧରେ କହୁଛନ୍ତି କଙ୍ଗନା ରାନାୱତ ।