ବଲିଉଡ ଅଭିନେତ୍ରୀ ପାୟଲ ଘୋଷଙ୍କ ପରେ ଏବେ ମୁହଁ ଖୋଲିଛନ୍ତି କଙ୍ଗନା ରଣାବତ। ପାୟଲଙ୍କ ଭଳି ତାଙ୍କ ସହ ମଧ୍ୟ ବଲିଉଡର ବଡବଡ ଅଭିନେତାମାନେ ଜୋର ଜବରଦସ୍ତି କରିବାକୁ ଉଦ୍ୟମ କରିଥିବାର ଅଭିଯୋଗ ଆଣିଛନ୍ତି ।
ଏ ନେଇ କଙ୍ଗନା ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ବ୍ୟଥା ବଖାଣିଥିବା ବେଳେ ବନ୍ଦ ଭ୍ୟାନ ହେଉ ବା ରୁଦ୍ଧ ଦ୍ୱାର ଅଥବା ପାର୍ଟିରେ ନାଚୁ ନାଚୁ ସେମାନଙ୍କ ଜିହ୍ୱା ଆପଣଙ୍କ ମୁହଁକୁ ଆସିଯାଇଥିବ ବୋଲି ଉଲ୍ଲେଖ କରିଛନ୍ତି ।
ସେହିପରି କାମ ବାହାନାରେ ଘରକୁ ଡକାଇ କାମ ବଦଳେ ଜୋର ଜବରଦସ୍ତି କରିବା ଆରମ୍ଭ କରିଦିଅନ୍ତି ବୋଲି ମଧ୍ୟ କଙ୍ଗନା ତାଙ୍କ ପୋଷ୍ଚରେ ଉଲ୍ଲେଖ କରିଛନ୍ତି। ଏଥିରେ ସେ ଆଉଗୋଟିଏ ପୋଷ୍ଟ ମଧ୍ୟ କରିଛନ୍ତି ।
ଯେଉଁଥିରେ ଏପରି କାମୁକ ଲୋକେ ବଲିଉଡରେ ଭରିଯାଇଥିବା କଙ୍ଗନା ଲେଖିଛନ୍ତି। ଏମାନେ ଦେଖାଇ ହେବାକୁ ବିବାହ କରନ୍ତି ହେଲେ ସବୁଦିନ ଖୁସି କରିବାକୁ ଘରକୁ ଅଲଗା ଅଲଗା ଯୁବତୀଙ୍କୁ ଡାକନ୍ତି ବୋଲି କହିଛନ୍ତି।
ତେବେ ମୁଁ ମୋର ସମସ୍ୟାକୁ ମୋ ଢଙ୍ଗରେ ସୁଧାରି ପାରିଛି। ମୋତେ ମିଁ ଠୁର ଆବଶ୍ୟକତା ନଥିବା ଉଲ୍ଲେଖ କରିଛନ୍ତି। ତେବେ ଏ ବାବଦରେ ଅନ୍ୟମାନଙ୍କୁ ଏବେ ଚିନ୍ତା କରିବାର ଦରକାର ବୋଲି ସେ ଲେଖିଛନ୍ତି।
ତେବେ ବଲିଉଡରେ ମିଁ ଠୁ ବିଫଳ ହୋଇଥିବା କହିଛନ୍ତି କଙ୍ଗନା। କାରଣ ଏହି ଆନ୍ଦୋଳନ ଇଣ୍ଡଷ୍ଟ୍ରିରେ ଥିବା ସମସ୍ତ ଦୁଷ୍କର୍ମକାରୀଙ୍କୁ ମାରି ଦେଇଛି। ପାୟଲ ଘୋଷଙ୍କ ସହ ଦୁର୍ବ୍ୟବହାର ହୋଇଛି ଓ ସେ ମଧ୍ୟ ଅନ୍ୟମାନଙ୍କ ଭଳି ଚୁପ ରହିଥିଲେ। ହେଲେ ମୁଁ ତାଙ୍କ ସାଙ୍ଗରେ ଥିବା କହିଛନ୍ତି କଙ୍ଗନା।