Odia

ଗର୍ଭଧାରଣା ସମୟରେ ବି ଅମୀରଙ୍କ ସହ ସୁଟିଂ କଲେ କରୀନା

ନୂଆଦିଲ୍ଲୀ: କରୀନା କପୁର ଏବଂ ଆମୀର ଖାନ ଅଭିନୀତ ଆଗାମୀ ଫିଲ୍ମ ” ଲାଲ ସିଂ ଚଢା ” ଏବେ ଅନ୍ତିମ ପର୍ଯ୍ୟାୟରେ | ଫିଲ୍ମର ସୁଟିଂ ସେଟରୁ ତାଙ୍କ ସହଯୋଗୀ ଷ୍ଟାର ଆମୀର ଖାନଙ୍କ ସହ ନିଜର ଏକ ଚିତ୍ର ସେୟାର କରି କରୀନା କପୁର ଲେଖିଛନ୍ତି, ” ସୁଟିଂ ସରିବାର ସମସ୍ତ ଯାତ୍ରା ଏବେ ଶେଷ ପାହାଚରେ | ଆଜି ମୁଁ ମୋର ଫିଲ୍ମ ” ଲାଲ ସିଂ ଚଢା ” ରେ ଅଭିନୟ ସାରିଲି |”

କରୀନା ତାଙ୍କ ପୋଷ୍ଟରେ ଏହି ଚଳଚ୍ଚିତ୍ରର ସୁଟିଂର ଅଭିଜ୍ଞତାକୁ “କଠିନ ସମୟ” ବୋଲି ବର୍ଣ୍ଣନା କରିଛନ୍ତି, ଯାହା ତାଙ୍କ ଗର୍ଭଧାରଣ ସମୟରେ ଏବଂ କରୋନାଭାଇରସ୍ ସୁଟିଂ ବିଷୟରେ ଉଲ୍ଲେଖ ରହିଛି | ସେ ଲେଖିଛନ୍ତି ” କରୋନାର ଏଭଳି କଠିନ ସମୟରେ ପୁଣି ମୋର ଗର୍ଭଧାରଣ ମୋତେ ଡରେଇ ଦଉଥିଲା କିନ୍ତୁ ଆମେ ସମ୍ପୂର୍ଣ୍ଣରୂପେ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହିତ ସୁଟିଂ କରୁଥିଲୁ |”

ସେ ଅଭିନେତା ଅମିର ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯାହାଙ୍କ ସହ ସେ ପୂର୍ବରୁ ୨୦୦୯ରେ ଚଳଚ୍ଚିତ୍ର 3 Idiots ରେ କାମ ମଧ୍ୟ କରିଛନ୍ତି | ”ଏକ ତୀବ୍ର ତଥାପି ଚିତ୍ତାକର୍ଷକ ଯାତ୍ରା ପାଇଁ ଅମୀର ଖାନ ଏବଂ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଆଡଭାଇଟ ଚନ୍ଦନଙ୍କୁ ଧନ୍ୟବାଦ ତା ସହ ଆମ ଫିଲ୍ମଟିମ ଏବଂ ସମସ୍ତ କ୍ରିୟୁମାନଙ୍କୁ ଧନ୍ୟବାଦ | ” କରିନା ତାଙ୍କ ପୋଷ୍ଟ ରେ ଏ କଥା ଉଲ୍ଲେଖ କରିଛନ୍ତି | ଏକ ଦୃଶ୍ୟର ଫଟୋଚିତ୍ରରେ ପାରମ୍ପାରିକ ପୋଷାକ ପିନ୍ଧିଥିବା କରୀନା କପୁର ଏବଂ ଆମୀର ଖାନ ଏକତ୍ର ପୋଜ୍ କରିବା ଦେଖିବାକୁ ମିଳିଥିଲା |

https://www.instagram.com/p/B4_nGQ3h3k-/?utm_source=ig_embed

ତୁର୍କୀ, ଅମୃତସର, ହିମାଚଳ ପ୍ରଦେଶ ଏବଂ ନୂଆଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ” ଲାଲ ସିଂ ଚଢା ” ର ସୁଟିଂ ଜାରି ରହିଛି | ୧୯୯୪ ଚଳଚ୍ଚିତ୍ର ‘ ଫରେଷ୍ଟ ଗୁମ୍ପ ‘ ର ଏହା ରିମେକ୍, ଯେଉଁଥିରେ ମୁଖ୍ୟ ଭୂମିକାରେ ଟମ୍ ହ୍ୟାଙ୍କ୍ ଅଭିନୟ କରିଥିଲେ | ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସିକ୍ରେଟ୍ ସୁପରଷ୍ଟାର ନିର୍ଦ୍ଦେଶକ ଆଡଭାଇଟ ଚନ୍ଦନ। ଅମୀର ଖାନ ପ୍ରଡକ୍ସନ୍ସ ଏବଂ ଭାୟାକମ୍ 18 ମୋସନ୍ ପିକ୍ଚର୍ସ ଦ୍ୱାରା ” ଲାଲ ସିଂ ଚଢା ” ନିର୍ମାଣ କରାଯାଇଛି |

ପୂର୍ବରୁ ଏହି ଫିଲ୍ମ ବିଷୟରେ ଆମିର ଖାନ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ” ଫରେଷ୍ଟ ଗୁମ୍ପର କାହାଣୀ ଓ ଚରିତ୍ର ମୋତେ ଖୁବ ପ୍ରଭାବିତ କରିଛି | ଏହା ସମଗ୍ର ପରିବାର ଦେଖିଲା ଭଳି ଚଳଚ୍ଚିତ୍ର | ”

ଏହି ଚଳଚ୍ଚିତ୍ର ଚଳିତ ବର୍ଷ କ୍ରିସମାସରେ ମୁକ୍ତିଲାଭ କରିବାର ଯୋଜନା ଥିଲା କିନ୍ତୁ କରୋନା କାରଣରୁ ଆସନ୍ତା ବର୍ଷ ଅର୍ଥାତ କ୍ରିସମାସ ୨୦୨୧ରେ ମୁକ୍ତିଲାଭ କରିବ ବୋଲି ନିଷ୍ପତ୍ତି ନିଆଯାଇଛି |

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close