ଗର୍ଭବତୀ ଥିଲେ କରିନା , ଏବେ ହସ୍ପିଟାଲ ବେଡ଼ରେ

ନୂଆଦିଲ୍ଲୀ: ଅଭିନେତ୍ରୀ କରିନା କପୁର ଜନ୍ମଦେଲେ ପୁଣି ଏକ ଶିଶୁପୁତ୍ର | ଚାରିଆଡୁ ଆସିଲା ଶୁଭେଚ୍ଛାର ସୁଅ |

ବଲିଉଡ ଅଭିନେତ୍ରୀ କରୀନା କପୁର ଏବଂ ଅଭିନେତା ସୈଫ ଅଲି ଖାନ ପୁଣି ଥରେ ମାତା-ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି | ଉଭୟ ଶିଶୁ ଏବଂ ମା ସୁସ୍ଥ ଅଛନ୍ତି ବୋଲି ସୈଫ ସୂଚନା କହିଛନ୍ତି | ଏହି ଖବର ପ୍ରଥମେ କରୀନାଙ୍କ ବାପା ଭେଟେରାନ ଅଭିନେତା ରଣଧୀର କପୁର ଏକ ଟିଭି ଚ୍ୟାନେଲ କୁ ସାକ୍ଷାତ ଦେଇ କହିଛନ୍ତି | ଭଉଣୀ କରିସ୍ମା ମଧ୍ୟ ଦ୍ଵିତୀୟ ଥର ମାଉସୀ ହେବାର ଖୁସି ବ୍ୟକ୍ତ କରିବା ସହ ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି |

ଅଭିନେତ୍ରୀ କରୀନା ମା’ ହେବାର ଖବର ଶୁଣି ଫ୍ୟାନ୍ସମାନେ ସେଲିବ୍ରେଟ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି | ଖାଲି ସେତିକି ନୁହେଁ ଅନେକ ଫ୍ୟାନ୍ସ ସୋସିଆଲ ମିଡିଆରେ କରୀନାଙ୍କ ଫଟୋ ସହ ଅଭିନନ୍ଦନ ଓ ସୁଭେଚ୍ଛାର ବାର୍ତ୍ତା ଲେଖି ସେୟାର କରିଥିଲେ | ବଲିଉଡ ରେ ଅନେକ ଅଭିନେତା ଓ ଅଭିନେତ୍ରୀମାନେ କରୀନାଙ୍କୁ ଶୁଭେଚ୍ଛା ଜଣାଇଥିଲେ |

ଅଭିନେତ୍ରୀ ନେହା ଧୁପିଆ, ଦିଆ ମିର୍ଜା, ନୀତୁ କପୁର, ଅମୃତା ଆରୋରା ଏବଂ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ପରି ଅନେକ କଳାକାର ସୋସିଆଲ ମିଡିଆରେ ଅଭିନନ୍ଦନ ବାର୍ତ୍ତା ସେୟାର କରିଥିଲେ |

ଅଭିନେତା ସୈଫ ଅଲି ଖାନ ସୋସିଆଲ ମିଡ଼ିଆରେ ଶୁଭେଛୁ ମାନଙ୍କ ଉଦ୍ଦେଶ୍ୟରେ ଏକ ମନ୍ତବ୍ୟ ଦେଇ କହିଛନ୍ତି ଯେ, “ଆମେ ଏକ ଶିଶୁପୁତ୍ର ସହିତ ଆଶୀର୍ବାଦ ପ୍ରାପ୍ତ ହୋଇଛୁ | ଉଭୟ ମା’ ଓ ଶିଶୁ ସୁରକ୍ଷିତ ଏବଂ ସୁସ୍ଥ ଅଛନ୍ତି | ଆମର ଶୁଭେଚ୍ଛୁମାନଙ୍କୁ ସେମାନଙ୍କର ପ୍ରେମ ଏବଂ ସମର୍ଥନ ପାଇଁ ଅଶେଷ ଅଶେଷ ଧନ୍ୟବାଦ।”