Odia

୭୮ ବର୍ଷ ବୟସରେ ମଧ୍ୟ ପିତାଙ୍କ ଶିକ୍ଷାକୁ ଭୁଲି ନାହାଁନ୍ତି ଅମିତାଭ

ମୁମ୍ବାଇ : ମେଗାଷ୍ଟାର ଅମିତାଭ ବଚ୍ଚନ ବହୁତ ଉତ୍ସାହ ଏବଂ ଉଦ୍ଦୀପନା ସହ KBC -12 ପରିଚାଳନା କରୁଛନ୍ତି | ମହାମାରୀ କରୋନା ସମୟରେ, ଲୋକମାନେ ଆଶା ନ ହରେଇ ଭରସା ରଖିବାର ଶିକ୍ଷା ଦେବା ସହ ଏହି ସିରିଏଲ ସର୍ବଦା ଜ୍ଞାନ ବୃଦ୍ଧି ସାଙ୍ଗକୁ ଦର୍ଶକଙ୍କୁ ମନୋରଞ୍ଜନ କରୁଛି | ଏହି ଶୋ’ରେ କୋଲକାତାର ପ୍ରତିଯୋଗୀ ରୁନା ସାହା

ଯୋଗ ଦେଇ ଚମତ୍କାର ଖେଳ ଖେଳିଥିଲେ | ଏହି ସମୟରେ ଅମିତାଭ ରୁନାଙ୍କୁ ଉତ୍ସାହିତ କରିଥିଲେ ଏବଂ ଏହା ସହିତ ସେ ତାଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ଦ୍ୱାରା ଦିଆଯାଇଥିବା ପିଲାଦିନର ଶିକ୍ଷା ବିଷୟରେ ଆଲୋଚନା କରିଥିଲେ |

ଅମିତାଭ ବଚ୍ଚନ କହିଛନ୍ତି ଯେତେବେଳେ ସେ ଛୋଟ ଥିଲେ, ତାଙ୍କ ପିତା ହରିବଂଶ ରାୟ ବଚ୍ଚନ କହୁଥିଲେ, ” ଯଦି ଏହା ମନ ପାଇଁ ଭଲ ନୁହେଁ, ତାହେଲେ ଏହା ଖୁବ ଭଲ | ଅମିତାଭ ବଚ୍ଚନ ଏହା ଉପରେ କହିଛନ୍ତି ଯେ ପିଲାଦିନେ ଏ କଥାର ମର୍ମ ବୁଝି ପାରି ନ ଥିଲି | ଯେତେବେଳେ ଜିନିଷ ବା ଦ୍ରବ୍ୟଟି ମନରେ ନଥାଏ ସେତେବେଳେ ଏଥିରେ କ’ଣ ଭଲ ଥାଏ |

ସେ ଦିନ କିନ୍ତୁ ଅମିତାଭ ଏ କଥାର ପ୍ରକୃତ ମାନେ ବୁଝିପାରି ନ ଥିଲେ ଆଉ ବଡ ହେବା ପରେ ବାବୁଜୀଙ୍କ ଏହି କଥା ବୁଝିବାକୁ ଲାଗିଲେ | ୭୮ ବର୍ଷ ବୟସରେ ମଧ୍ୟ ଅମିତାଭ ବଚ୍ଚନ, ତାଙ୍କ ପିତା ଦେଇଥିବା ଶିକ୍ଷାକୁ ଭୁଲି ନାହାଁନ୍ତି ଏବଂ ଏହି କଥା ଅନ୍ୟମାନଙ୍କ ସହ ସେ ସେୟାର କରିଛନ୍ତି |

ରୁନା ଜିତିଲେ ୨୫ ଲକ୍ଷ ଟଙ୍କା

ଉଲ୍ଲେଖ କରିବୁ ଯେ, କୋଲକାତାରେ ରହୁଥିବା ରୁନା KBC -12ରେ ଏହି ସପ୍ତାହର ଶେଷ ପ୍ରତିଯୋଗୀ ଥିଲେ | ତେଣୁ ସେ ସିଧାସଳଖ ହଟ୍ ସିଟ୍ ଉପରେ ବସିବାର ସୁଯୋଗ ପାଇଲେ | ଏଥିପାଇଁ ତାଙ୍କୁ ପ୍ରଥମେ ଫାଷ୍ଟେଷ୍ଟ ଫିଙ୍ଗର୍ସ ଖେଳିବାକୁ ପଡିଲା ନାହିଁ | ରୁନା କହିଛନ୍ତି ଯେ, ଯଦି ସେ ଏଠାରେ ପହଞ୍ଚିଛନ୍ତି, ତାଙ୍କ ଝିଅ ଯୋଗୁ ଆଉ ସେ ବିଶ୍ୱାସ ରଖିଛି ମୁଁ କେବିସି ଖେଳରେ ଚମତ୍କାର ପ୍ରଦର୍ଶନ କରିପାରିବି | ରୁନା ସାହା ତାଙ୍କ ଜ୍ଞାନକୁ ଅସ୍ତ୍ର କରି ଖେଳରେ ଭଲ ପ୍ରଦର୍ଶନ କରି ସୋ’ରୁ ୨୫ ଲକ୍ଷ ଟଙ୍କା ଜିତିଥିଲେ |

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close