ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା | କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର ଲେଖାଏଁ ସହାୟତା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା | କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର ଲେଖାଏଁ ସହାୟତା ରାଶି | ରାସନ କାର୍ଡ ଥାଉ ବା ନଥାଉ ସମସ୍ତ ଗରିବ ପରିବାରକୁ ୧୦ କିଲୋ ରାସନ ପ୍ରଦାନ |

ଦେଶରେ କରୋନା ସଂକ୍ରମଣ ର ହାର କମିବା ସତ୍ୱେ ମୃତ୍ୟୁ ସଂଖ୍ୟା କମିବାର ନା ଧରୁନି, ଯେଉଁଥିପାଇଁ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି | ଆତ୍ମୀୟମାନଙ୍କ ମୃତ୍ୟୁ ଦେଖି ଜନସାଧାରଣ ଭୟଭୀତ ହେବା ସହ ଶବ ସଂସ୍କାର ପାଇଁ ପରିବାର ଲୋକେ ଶବ ନେବାକୁ ଇଛା ପ୍ରକାଶ କରୁନଥିବାର ଦେଖିବାକୁ ମିଳିଛି | ଏହାରି ମଧ୍ୟରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, କୋଭିଡରେ ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରକୁ ୫୦ ହଜାର ଲେଖାଏଁ ସହାୟତା ଦିଆଯିବ | ଏହା ସହ ଯଦି ପରିବାରର ରୋଜଗାରିଆ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟେ ତାହେଲେ ସେ ପରିବାରକୁ ପେନସନ ଦିଅଯିବ | ଖାଲି ସେତିକି ନୁହେଁ, ରାସନ କାର୍ଡ ଥାଉ ବା ନଥାଉ ସମସ୍ତ ଗରିବ ପରିବାରକୁ ୧୦ କିଲୋ ରାସନ ମାଗଣା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ |