Khatron Ke Khiladi 11 ର ଗୋଟିଏ ଏପିସୋଡ୍ କୁ କେତେ ନିଅନ୍ତି ରୋହିତ ଶେଟ୍ଟୀ ? ସବୁଠୁ ଦାମୀ ପ୍ରତିଯୋଗୀ କିଏ ?

ଭୁବନେଶ୍ୱର: ରିଅଲିଟି ଟିଭି ଶୋ Khatron Ke Khiladi 11 (KKK 11) ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ନିର୍ମାତାମାନେ ପ୍ରୋମୋ ଭିଡିଓ ରିଲିଜ୍ କରିବା ଆରମ୍ଭ କରିଛନ୍ତି ଏବଂ ଅଧିକାଂଶ ଷ୍ଟାର କାଷ୍ଟ ମଧ୍ୟ କେପଟାଉନରୁ ଫେରିଛନ୍ତି । ଅନେକ ଭେଟେରାନ୍ ଅଭିନେତା ଶୋ’ରେ ଏକାଠି କାମ କରୁଥିବା ଦେଖିବାକୁ ମିଳିବ କିନ୍ତୁ ଆପଣ ଜାଣନ୍ତି କି ଏହି ଶୋ’ରେ କାର୍ଯ୍ୟ କରୁଥିବା କଳାକାରମାନେ ଗୋଟିଏ ଏପିସୋଡ୍ ପାଇଁ କେତେ ଟଙ୍କା ଚାର୍ଜ କରନ୍ତି ?

ଅନେକ ବ୍ଲକବଷ୍ଟର ହିଟ୍ ଦେଇଥିବା ଚଳଚ୍ଚିତ୍ର ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଏହି ଶୋ’ର ହୋଷ୍ଟ କରୁଛନ୍ତି ଏବଂ ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ରୋହିତ ଗୋଟିଏ ଏପିସୋଡ୍ ପାଇଁ ୪୯ ଲକ୍ଷ ଟଙ୍କା ଚାର୍ଜ କରନ୍ତି ।

ରାହୁଲ ବୈଦ୍ୟ
ବିଗ୍ ବସ୍ ସିଜନ୍ 14 ର ଅଂଶ ଗ୍ରହଣ କରିଥିବା ଗାୟକ ରାହୁଲ ବେଶ ଲୋକପ୍ରିୟ ହୋଇପାରିଛନ୍ତି । ଯଦିଓ ସେ ସୋ ଜିତି ପାରି ନଥିଲେ । ହେଲେ ଏହାରି ମଧ୍ୟରେ ତାଙ୍କର ଲୋକପ୍ରିୟତା ବହୁତ ବୃଦ୍ଧି ପାଇଛି । ଖବର ଅନୁଯାୟୀ, Khatron Ke Khiladi 11 ର ଗୋଟିଏ ଏପିସୋଡ୍ ପାଇଁ ରାହୁଲ ୧୫ ଲକ୍ଷ ଟଙ୍କା ନେବେ ।

ଦିବ୍ୟାଙ୍କା ତ୍ରିପାଠୀ
ଛୋଟ ପରଦା ସୁପରଷ୍ଟାର ଦିବ୍ୟାଙ୍କା ତ୍ରିପାଠୀଙ୍କୁ ମଧ୍ୟ Khatron Ke Khiladi 11 ରେ ଦେଖିବାକୁ ମିଳିବ । ସୂଚନା ଅନୁଯାୟୀ, ସେ ଗୋଟିଏ ଏପିସୋଡ୍ ପାଇଁ ୧୦ ଲକ୍ଷ ଟଙ୍କା ନେବେ । ରାହୁଲଙ୍କ ପରେ ଦିବ୍ୟଙ୍କା ସର୍ବାଧିକ ଫି ନେଉଛନ୍ତି।

ଶ୍ୱେତା ତିୱାରୀ
ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିବା ଶ୍ୱେତା ତିୱାରୀ, Khatron Ke Khiladi 11 ରେ ମଧ୍ୟ ନଜର ଆସିବେ । ସେ ଗୋଟିଏ ଏପିସୋଡ୍ ପାଇଁ ୪ ଲକ୍ଷ ଟଙ୍କା ନେବେ ।