୫୨ ବର୍ଷ ବୟସରେ ବି ଏଭଳି ଆକର୍ଷଣୀୟ ଚେହେରା ପଛର କାହାଣୀ ଜାଣନ୍ତୁ

ମୁମ୍ବାଇ : ୫୨ ବର୍ଷ ବୟସରେ ବି ୨୫ ବର୍ଷର ଯୁବତୀ ଭଳି ଦେଖାଯାଆନ୍ତି ଅଭିନେତ୍ରୀ ଭାଗ୍ୟଶ୍ରୀ | ଏ ସୁନ୍ଦରତାର ରାଜ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେଇଯିବେ |

୨୩ ଫେବୃଆରୀରେ ଭାଗ୍ୟଶ୍ରୀ, ତାଙ୍କର ୫୨ ତମ ଜନ୍ମଦିନ ପାଳନ କରୁଛନ୍ତି | ଏହି ବୟସରେ ମଧ୍ୟ ଭାଗ୍ୟଶ୍ରୀ ଖୁବ ଆକର୍ଷଣୀୟ ଦେଖା ଯିବା ସହ ନିଜ ଶରୀରର ଫିଟନେସ୍ ୩୨ ବର୍ଷ ପୂର୍ବେ ଯାହା ଥିଲା ଏବେ ଅବିକଳ ସେମିତି ହିଁ ରହିଛି |

ଭାଗ୍ୟଶ୍ରୀଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ”ମେନେ ପ୍ୟାର୍ କିୟା” ଯାହା ୧୯୮୯ ମସିହାରେ ମୁକ୍ତିଲାଭ କରିଥିଲା | ଏହି ଫିଲ୍ମ ରେ ଭାଗ୍ୟଶ୍ରୀ ଙ୍କ ସୁନ୍ଦରତା ଦେଖିଲେ ଏବେକାର ସୁନ୍ଦରୀ ଝିଅମାନେ ବି ଫିକା ପଡିଯିବେ | ଏହି ଫିଲ୍ମ ତାଙ୍କ ଜୀବନରେ ଏକ ମାଇଲଖୁଣ୍ଟ ହେଇକି ରହିଯିବ ସେ କେବେ କଳ୍ପନା କରିନଥିଲେ | ”ମେନେ ପ୍ୟାର୍ କିୟା” ତାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା | ଏ ଫିଲ୍ମରେ ଶ୍ରେଷ୍ଠ ମହିଳା ଡେବ୍ୟୁ ପାଇଁ ‘ଫିଲ୍ମଫେୟାର ପୁରସ୍କାର’ ମଧ୍ୟ ଅର୍ଜନ କରିଥିଲେ |

ଭାଗ୍ୟଶ୍ରୀ ସୋସିଆଲ ମିଡିଆରେ ନିଜର ଫିଟନେସ ଭିଡିଓ ସେୟାର କରିବା ଜାରି ରଖିଛନ୍ତି | ବିଭିନ୍ନ ପ୍ରକାରର ବ୍ୟାୟାମ କରିବା ସହ ୱାର୍କଆଉଟ୍ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି | ଏପରିକି ନିଜ ସ୍ୱାମୀ ହିମାଳୟ ଦାସାନିଙ୍କ ସହ ବ୍ୟାୟାମ କରିବା ମୁହୂର୍ତ୍ତର ଭିଡିଓରେ ନଜର ଆସିଛନ୍ତି | ଅଭିନେତ୍ରୀ ଭାଗ୍ୟଶ୍ରୀ ବ୍ୟାୟାମ ବ୍ୟତୀତ ନିଜ ଖାଦ୍ୟର ମଧ୍ୟ ଯତ୍ନ ନିଅନ୍ତି , ଯାହାପାଇଁ କି ସେ ଏ ବୟସରେ ବି ଏତେ ସୁନ୍ଦରୀ ଦେଖାଯାନ୍ତି |

ଭାଗାଶ୍ରୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଦେଖିଲେ ଜଣାଯାଉଛି କି, ସେ ଅନେକ ଫିଟନେସ୍ ଭିଡିଓ ସେୟାର କରିଛନ୍ତି | ଫିଟନେସ୍ ଦୃଷ୍ଟିରୁ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ମଲାଇକା ଆରୋରାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି |

ଅଭିନେତ୍ରୀ ”ମେନେ ପ୍ୟାର କିୟା” ଚଳଚ୍ଚିତ୍ର ଜରିଆରେ ୧୯୮୯ ରେ ସେ ବଲିଉଡରେ ପ୍ରବେଶ କରିଥିଲେ | ଏହା ପରେ ସେ ୧୯୯୦ ରେ ହିମାଳୟ ଦାସାନୀଙ୍କୁ ବିବାହ କରିଥିଲେ | ବିବାହ ପରେ ସେ ଅଳ୍ପ କେତୋଟି ଫିଲ୍ମରେ ଅଭିନୟ କରିଥିଲେ | ପୁତ୍ର ଅଭିମନ୍ୟୁ ଦାସାନି ଏବଂ ଝିଅ ଅବନ୍ତିକା ଦାସାନୀ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି |