Odia

ଲଟେରୀ ବଦଳାଇଲା ଭିକାରୀଙ୍କ ଭାଗ୍ୟ, ଭିକ ଆକାରରେ ପାଇଥିବା ଲାଟେରୀ ଟିକେଟରୁ ଜିତିଲେ 43 ଲକ୍ଷ ଟଙ୍କା

ମଣିଷ ଭାଗ୍ୟ କେତେ ବେଳେ ବଦଳିଯିବ କିଛି କହି ହେବ ନାହିଁ। ଏମିତି କଛି ଘଟଣା ଘଟିଛି ଫ୍ରାନ୍ସର ଚାରିଜଣ ଭିକାରିଙ୍କ ସହିତ। ଦିନେ ସେମାନଙ୍କ ପାଖରେ ଖାଇବାକୁ ଟଙ୍କା ନ ଥିଲା ଏ​‌ବେ କିନ୍ତୁ ଆନନ୍ଦରେ ତାଙ୍କର ପ୍ରତିଟି ଦିନ ଅତିବାହିତ ହେବ। ରାତାରାତି ସେମାନେ ଭିକାରିରୁ ହୋଇଯାଇଛନ୍ତି ଲକ୍ଷପତି। ତେବେ ଏମିତି କିଛି କମାଲ କରିଛି ଲଟେରି।ଚାରିଜଣ ଭିକାରି ଫ୍ରାନ୍ସର ବ୍ରେଷ୍ଟ ସହରରେ ରହନ୍ତି।

ସେମାନଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ। ସେମାନେ ଲଟେରି ଦୋକାନ ସାମ୍ନାରେ ଭିକ ମାଗୁଥିଲେ। ସେହି ସମୟରେ ସେଠାକୁ ଜଣେ ଲୋକ ଆସି ଚାରି ଜଣଙ୍କୁ ଭିକ ବାବଦରେ ଗୋଟିଏ ଗୋଟିଏ ସ୍କ୍ରାଚକାର୍ଡ (ଲଟେରି) ଦେଲେ। ସୂଚନା ଅନୁସାରେ ସେହି ଚାରିଜଣଙ୍କ ପାଖରେ ଟଙ୍କା ନ ଥିଲା ସେଥିପାଇଁ ସେମାନେ ସହର ଛାଡ଼ି ଯିବାକୁ ବାହାରି ଥିଲେ।ପ୍ରଥମେ ସେମାନେ ଲଟେରିକୁ ଅଣଦେଖା କରିଥିଲେ।

ପ୍ରଥମେ ପାଞ୍ଚ ୟୁରୋର ଲଟେରି ଲାଗିଥିବା କୁହାଯାଉ ଥିଲା ମାତ୍ର ପରେ ଜଣାପଡ଼ିଲା ୫୦ ହଜାର ୟୁରୋର ଲଟେରି ଲାଗିଛି। ଭାରତୀୟ ମୂଲ୍ୟରେ ଏହା ପ୍ରାୟ ୪୩ ଲକ୍ଷ ଟଙ୍କା। ଏତେ ଟଙ୍କା ଲଟେରି ଜିତିବା ପରେ ସେମାନଙ୍କ ଖୁସି ବୟାନ କରିପାରି ନାହାନ୍ତି। ପରେ ଚାରିଜଣ ଯାକ ପରସ୍ପର ମଧ୍ୟରେ ସେହି ଟଙ୍କା ବାଣ୍ଟିଛନ୍ତି । ସୂଚନାଯୋଗ୍ୟ ଏଭଳି ସମାନ ତଥା ଅବିଶ୍ବନୀୟ ଘଟଣା ଆମେରିକାର ଭର୍ଜିନିଆରୁ ଆସିଛି। ସେଠାରେ ଜଣେ ବ୍ୟକ୍ତି ୨୫ଟି ଲଟେରି ଟିକେଟ୍ କିଣି ଥିଲେ ଓ ସେ ସମସ୍ତ ଲଟେରି ଜିତିଛନ୍ତି। ଯାହାର ମୂଲ୍ୟ ୧.୨୫ ଲକ୍ଷ ଟଙ୍କା।

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close