ରଥଯାତ୍ରା ଦେଖିବାକୁ ପୁରୀ ଯାଉଥିଲେ ପଢ଼ନ୍ତୁ ଏହି ଖବର, କେଉଁଠି କରିବେ ଗାଡି ପାର୍କିଂ

ଭୁବନେଶ୍ୱର: ରାତିପାହିଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ୨ ବର୍ଷ ପରେ ସ୍ଵଚକ୍ଷୁରେ ମହାପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ରଥଯାତ୍ରା ଦେଖିବା ପାଇଁ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଗାଡ଼ିଗୁଡିକୁ ସୁବ୍ୟବସ୍ଥିତ ଭାବେ ପାର୍କିଂ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

 

ଭୁବନେଶ୍ୱର, ବ୍ରହ୍ମପୁର ଆଡୁ ଯାଉଥିବା ବାଇକ୍‌ଗୁଡ଼ିକ ମଶାଣିଚଣ୍ଡୀ ଛକ ସ୍ଥିତ ଜଗନ୍ନାଥ ବଲ୍ଲଭରେ ପାର୍କିଂ କରାଯିବ ।

 

କୋଣାର୍କ ପଟୁ ଆସୁଥିବା ବାଇକ୍ ଗୁଡିକ ବ୍ଲୁ ଫ୍ଲାଗ୍ ବିଚ୍ ନିକଟରେ ପାର୍କିଂ ହେବ ।

 

ପାସ ପାଇଥିବା କାର୍‌ଗୁଡିକ ଛପନଛକ ନିକଟ ପାର୍କିଂ ସ୍ଥଳରେ ରହିବେ ।

 

ଭୁବନେଶ୍ୱରରୁ ଆସୁଥିବା ତିନି ଚକିଆ, ଚାରି ଚକିଆ ଗାଡିଗୁଡିକ ମାଳତୀପାଟପୁର, ତୋଷାଳୀ ଛକ, ଗ୍ରୀଡ୍ ଷ୍ଟେସନ, ଭୁଦାନ ଦେଇ ତାଳବଣିଆରେ ପାର୍କିଂ କରାଯିବ ।

 

ବସ୍ ଗୁଡିକ ମାଳତୀପୁର ନୂଆ ବସ୍‌ଷ୍ଟାଣ୍ଡରେ ପାର୍କିଂ ହେବ ।