Odia

ଆପଣଙ୍କ Facebook ରେ କରନ୍ତୁ ନାହିଁ ଏହିଭଳି ପୋଷ୍ଟ, ବ୍ଲକ ହୋଇପାରେ ଆପଣଙ୍କ Facebook ଆକାଉଣ୍ଟ ।

ଯଦି ଆପଣମାନେ facebook ବ୍ୟବହାର କରୁଛନ୍ତି , ତାହାଲେ ହୋଇଯାନ୍ତୁ ସାବଧାନ । ଆପଣଙ୍କ ଆକାଉଣ୍ଟ କୁ ବ୍ଲକ କରିପାରେ facebook । କାରଣ facebook ବ୍ୟବହାର କରୁଥିବା ବ୍ୟକ୍ତି ଯଦି କୌଣସି ଆପତିଜନକ ଫୋଟ କିମ୍ବା ଭିଡ଼ିଓ ପୋଷ୍ଟ କରନ୍ତି ତାହାଲେ ଆପଣଙ୍କ ଆକାଉଣ୍ଟ କୁ ବ୍ଲକ କରିପାରେ facebook । ଆଜିକା ସମାଜରେ ଅଧାରୁ ଅଧିକା ଲୋକମାନେ ବର୍ତ୍ତମାନ ସମୟରେ Facebook ସହ ଯୋଡି ହୋଇ ରହିଛନ୍ତି। ଲୋକମାନେ ମଧ୍ୟ ଏହି ଜରିଆରେ କିଛି ନା କିଛି ସେୟାର କରିଥାନ୍ତି।

କିନ୍ତୁ ଏଭଳି କିଛି ଜିନିଷ ରହିଛି, ଯାହାକୁ ସୋସିଆଲ ମିଡିଆ ପ୍ଲେଟଫର୍ମ ଫେସବୁକ୍‌ ରେ ସେୟାର କରିବା ଅନୁଚିତ। ଏଭଳି ସ୍ଥିତିରେ ଆପଣଙ୍କ ଆକାଉଣ୍ଟ ବ୍ଲକ୍‌ ହୋଇପାରେ। ଆଜି ଆମେ ଆପଣଙ୍କୁ ସେହି ବିଷୟରେ ସୂଚନା ଦେବୁ, ଯାହାକୁ ଆପଣ ଭୁଲରେ ବି ଫେସବୁକ୍‌ ରେ ସେୟାର କରିବେ ନାହିଁ। ଏପରି କରିବା ଦ୍ୱାରା ସବୁଦିନ ପାଇଁ ଆପଣଙ୍କ ଫେସବୁକ୍‌ ବ୍ଲକ ହୋଇପାରେ। ତେବେ ଜାଣନ୍ତୁ କ’ଣ ଫେସବୁକ୍‌ ରେ ସେୟାର କରିବା ଅନୁଚିତ।

ଫେସବୁକ୍‌ ରେ କୌଣସି ଗମ୍ଭୀର ରୋଗର ଚିକିତ୍ସା ପାଇଁ ଔଷଧରୁ ଆରମ୍ଭ କରି ଗଞ୍ଜେଇ କିଣିବା ଏବଂ ବିକ୍ରୀ କରିବା ପର୍ଯ୍ୟନ୍ତ ବ୍ୟାନ୍‌ କରାଯାଇଛି। ଏଥିସହ ଗୋଳା-ବାରୁଦ, ବନ୍ଧୁକ କିଣିବା ଏବଂ ବିକ୍ରି କରିବା ଉପରେ ମଧ୍ୟ ପ୍ରତିବନ୍ଧିକ ଲଗାଯାଇଛି। ଏସବୁ ପରେ ଯଦି ଆପଣ ଏହି ଜିନିଷ ସହ ଜଡିତ କୌଣସି ପୋଷ୍ଟ କରିଥାନ୍ତି, ତେବେ ଆପଣଙ୍କ ଆକାଉଣ୍ଟ ତୁରନ୍ତ ବ୍ଲକ ହୋଇଯିବ। ତାହାଲେ ଏବେ ଠାରୁ ହୋଇଯାନ୍ତୁ ସାବଧାନ । ଯଦି ଆପଣ ଟିକେ ସାବଧାନ ରହିବେ ତାହାଲେ ଆପଣଙ୍କ facebook ଆକାଉଣ୍ଟ ସବୁଦିନ ପାଇଁ ସୁରକ୍ଷିତ ରହିବ ।

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close