ଭୁବନେଶ୍ୱର: କୋମାକି ଇଲେକ୍ଟ୍ରିକ୍ କ୍ରୁଜର ମୋଟରସାଇକେଲ୍ କୁ ନିଜ ୱେବସାଇଟରେ ଉପସ୍ଥାପନ କରିଛି । ଜାନୁଆରୀ ୧୬ ରେ କମ୍ପାନୀ ଏହି ଇଲେକ୍ଟ୍ରିକ୍ ବାଇକ୍ ର ମୂଲ୍ୟ କେତେ ସେନେଇ ଘୋଷଣା କରିବ । କୋମାକି ରେଞ୍ଜର କୁହାଯାଉଥିବା ଏହି ଇଲେକ୍ଟ୍ରିକ ମୋଟରସାଇକେଲ୍ ସାଧାରଣ କ୍ରୁଜର ଡିଜାଇନ୍ ଉପରେ ନିର୍ମିତ ହୋଇଛି, ଯାହାକି ଦେଖିବାକୁ ବଜାଜ ଆଭେଞ୍ଜର୍ ପରି ।
କୋମାକି ପୂର୍ବରୁ ସୂଚନା ଦେଇଛନ୍ତି ଯେ ରେଞ୍ଜର ଇଲେକ୍ଟ୍ରିକ୍ କ୍ରୁଜର ୪ କିଲୋୱାଟ ବ୍ୟାଟେରୀ ପ୍ୟାକ୍ ସହିତ ୫୦୦୦ ୱାଟ ମୋଟର ସହିତ ଆସିବ । ଗୋଟିଏ ଚାର୍ଜରେ ରେଞ୍ଜର ଇଭି ୨୫୦ କିଲୋମିଟର ପର୍ଯ୍ୟନ୍ତ ଚଲାଯାଇପାରିବ ବୋଲି କମ୍ପାନୀ ଦାବି କରିଛି। ତେବେ ଏହି ଇଭି ଭାରତର ସର୍ବ ବୃହତ ରେଞ୍ଜ ମୋଟରସାଇକେଲରେ ପରିଣତ ହେବାକୁ ଯାଉଛି ।