ଦୀର୍ଘଦିନ ପରେ ଖୋଲିଲା ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର , ହେଲେ ପର୍ଯ୍ୟଟକଙ୍କୁ ମାନିବାକୁ ପଡିବ ଏସବୁ କଟକଣା

ଭୁବନେଶ୍ୱର: ମହାମାରୀ କରୋନା କାରଣରୁ ଦୀର୍ଘ ସାଢେ ୫ ମାସ ଧରି ବନ୍ଦ ରହିବା ପରେ କରୋନା କଟକଣା ଭିତରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ।

କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଦିନକୁ ମୋଟ ଅଢେଇ ହଜାର ପର୍ଯ୍ୟଟକଙ୍କୁ କୋଣାର୍କ ମନ୍ଦିର ଦର୍ଶନ କରିବାକୁ ଅନୁମତି ମିଳିଛି । ସକାଳୁ ଅପରାହ୍ନ ୧ ଟା ମଧ୍ୟରେ ୧୫ଶହ ଏବଂ ଅପରାହ୍ନରେ ହଜାରେ ପର୍ଯ୍ୟଟକଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ ।

କଟକଣା ଦୃଷ୍ଟିରୁ ଟିକେଟ୍‌ରେ ବାରକୋଡ୍ ବ୍ୟବସ୍ଥା କରାଯାଇଛି । ମନ୍ଦିରକୁ ପ୍ରବେଶ କରୁଥିବା ସମସ୍ତ ପର୍ଯ୍ୟଟକଙ୍କ ସ୍କ୍ରିନିଂ ସହ କେନ୍ଦ୍ର ସରକାରଙ୍କ ଏସ୍ଓପିକୁ କଡ଼ାକଡ଼ି ପାଳନ କରାଯିବ ବୋଲି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି ।