ପଣସ ବଝେଇ ଟ୍ରକରୁ କୋଟିଏ ଟଙ୍କାର ଗଂଜେଇ ଜବତ କଲା କୋରାପୁଟ ପୋଲିସ

କୋରାପୁଟ : କୋରାପୁଟ ପୋଲିସକୁ ମିଳିଲା ଏକ ବଡ ସଫଳତା | ପଣସ ବଝେଇ ଟ୍ରକରୁ ଏକ କୋଟି ଟଙ୍କାର ଗଂଜେଇ ଜବତ |

ଜଳାପୁଟ ଅଂଚଳରୁ ଆନ୍ଧ୍ରପ୍ରଦେଶର ଗୁନଣ୍ଟୁର ଅଞ୍ଚଳକୁ ଏକ ଅଭିନଵ ଉପାୟରେ ପଣସ ବଝେଇ ଟ୍ରକରେ ଗଂଜେଇ ଭର୍ତି କରି ଚୋରା ଚାଲାଣ ବେଳେ ବିପୁଳ ପରିମାଣରେ ଗଞ୍ଜେଇ ମାଛକୁଣ୍ଡ ପୋଲିସ ହାତରେ ଧରା ପଡିଛି | କୋରାପୁଟ ଏସପି କୌଣସି ଏକ ସୂତ୍ରରୁ ଖବର ପାଇ ନନ୍ଦପୁର ଏସଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଏସଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ, ଲମତାପୁଟ ଓ ଜଳାପୁଟ ପୁଲିସ ଏକ ୩ଜଣିଆ ଟିମ ଗଠନ କରି ଟିକାପୁଟ ଛକ ନିକଟରେ ଯୋଜନା ମୁତାବକ ଗାଡିଗୁଡିକୁ ଯାଞ୍ଚ କରିଥିଲେ | ଠିକ ସେହି ସମୟରେ ଜବାଗଡ଼ ଅଞ୍ଚଳରୁ ଏକ ପଣସ ବଝେଇ ଟ୍ରକ ଦ୍ରୁତ ଗତିରେ ଆସୁଥିବା ନେଇ ପୁଲିସ ଟ୍ରକକୁ ଅଟକାଇ ଥିଲେ | ପଣସ ବଝେଇ ଟ୍ରକକୁ ଯାଞ୍ଚ କରିବା ପରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ | ଜବତ ଟ୍ରକରୁ ଏକ କ୍ୱିଂଟାଲ ୮ କିଲୋଗ୍ରାମ ଗଂଜେଇ ଜବତ କରାଯାଇଛି, ଯାହାର ଅନୁମାନିକ ମୁଲ୍ୟ କୋଟିଏରୁ ଅଧିକ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି | ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ତିନି ଜଣ ମାଫିଆଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୪ଟି ମୋବାଇଲ ଓ ୩୫୦୦ ଟଙ୍କା ଜବତ କରାଯାଇଛି ବୋଲି ନନ୍ଦପୁରଏସଡିପିଓ ସଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |

Post End