ଭୁବନେଶ୍ୱର: କମେଡି ସୋ ‘ଦି କପିଲ ଶର୍ମା ସୋ’ (The Kapil Sharma Show) ଖୁବ୍ ଶୀଘ୍ର ଛୋଟ ପରଦାରେ ଆସିବାକୁ ଯାଉଛି। ଏହି ସୋ ’ର କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ତେବେ ଏଥର ସୋ’ରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିବ ଏବଂ କିଛି ପୁରୁଣା ହାସ୍ୟ ଅଭିନେତା ଏଥର ସୋ’କୁ ବିଦାୟ ନେଉଥିବାର ଖବର ପ୍ରଚାର ହେଉଛି ।
ଏଥର ଏହି ସୋ ’ରେ ଭାରତୀ ସିଂ ଏବଂ କୃଷ୍ଣା ଅଭିଷେକ ରହିବେ ନାହିଁ। ସୋ ’ରେ କୃଷ୍ଣ ଅଭିଷେକଙ୍କ ଅନୁପସ୍ଥିତିର କାରଣ ତାଙ୍କ ଏବଂ ପ୍ରଡକ୍ସନ୍ ହାଉସ୍ ମଧ୍ୟରେ ମତଭେଦ ବୋଲି କୁହାଯାଉଛି। କେତେକ ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଉଛି ଯେ କୃଷ୍ଣ ଅଧିକ ପ୍ରାପ୍ୟ ମାଗୁଥିଲେ, ଯେଉଁଥିରେ ଶୋ ନିର୍ମାତା ଏଥିରେ ସହମତ ନଥିଲେ।
View this post on Instagram
ନିକଟରେ କୃଷ୍ଣା ଅଭିଷେକ କପିଲ ଶର୍ମାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ମୁହଁ ଖୋଲିଛନ୍ତି । ‘କପିଲ ଏବଂ ମୁଁ ଏକାଠି ଅଷ୍ଟ୍ରେଲିଆ ଯାଉଛୁ। କେଉଁ ଗୁଜବ ପ୍ରଚାର ହେଉଛି ତାହା ମୁଁ ଜାଣେ ନାହିଁ। ଆମ ମଧ୍ୟରେ କୌଣସି ଅସୁବିଧା ନାହିଁ। ମୁଁ ତାଙ୍କୁ ଭଲ ପାଏ ଏବଂ ସେ ମୋତେ ଭଲ ପାଆନ୍ତି । ଏଇଟା ମୋର ମଧ୍ୟ ଶୋ…ମୁଁ ପୁଣି ଫେରିବି ବୋଲି କହିଥିଲେ। ଖୁବ ଶୀଘ୍ର କପିଲ ଶର୍ମା ଏକ ନୂଆ ଟିମ ସହ ଫେରୁଛନ୍ତି । ଏହି ସୋ ଚଳିତ ମାସ ୧୦ ରେ ଟେଲିକାଷ୍ଟ ହେବ ।