ଭୁବନେଶ୍ୱର: ଷ୍ଟକ୍ ମାର୍କେଟର ନିବେଶକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ଷ୍ଟକ୍ ମାର୍କେଟରେ ଟଙ୍କା ବିନିଯୋଗ କରନ୍ତି ଏବଂ ଆପଣଙ୍କର ଏକ ଡ଼ିମାଟ୍ ଆକାଉଣ୍ଟ୍ କିମ୍ବା ଟ୍ରେଡିଂ ଆକାଉଣ୍ଟ୍ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ । ଯଦି ଆପଣ ଏପର୍ଯ୍ୟନ୍ତ KYC ଅପଡେଟ୍ କରିନାହାଁନ୍ତି, ତେବେ ୩୦ ଜୁନ୍ ସୁଦ୍ଧା ଏହାକୁ ଅପଡେଟ୍ କରାଇନିଅନ୍ତୁ । ନଚେତ୍ ଆପଣଙ୍କର ଖାତା ନିଷ୍କ୍ରିୟ ହୋଇଯାଇପାରେ।
ନ୍ୟାସନାଲ ସିକ୍ୟୁରିଟି ଡିପୋଜିଟୋରୀ ଲିମିଟେଡ୍ (NSD) ଏବଂ ସେଣ୍ଟ୍ରାଲ୍ ଡିପୋଜିଟୋରୀ ସର୍ଭିସେସ୍ ଲିମିଟେଡ୍ (ସିଡିଏସ୍ଏଲ୍) ଦ୍ୱାରା ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଛି ଯେ, ଜୁନ୍ ୧ , ୨୦୨୧ ପରେ ଖୋଲିଥିବା ନୂଆ ଆକାଉଣ୍ଟଧାରୀଙ୍କ ପାଇଁ ୬ ଟି KYC ସୂଚନା ଦେବାକୁ ପଡିବ। ଯେମିତି କି ନାମ, ଠିକଣା, ପାନ୍, ମୋବାଇଲ୍ ନମ୍ବର, ଇ-ମେଲ୍ ID ଏବଂ ଆୟ । ଯଦି ଆପଣ ସମୟ ସୁଦ୍ଧା ଅପଡେଟ୍ ନ କରନ୍ତି ତେବେ ଆପଣଙ୍କର ଖାତା ନିଷ୍କ୍ରିୟ ହୋଇଯିବ।