Odia

ନେଟ୍‌ ୟୁଜର୍ସଙ୍କ ଆହ୍ୱାନ : ଅକ୍ଷୟ କୁମାରଙ୍କ ଫିଲ୍ମକୁ ବଏକଟ୍

ମୁମ୍ବାଇ: ସମ୍ପ୍ରତି ଅଳଙ୍କାର ବ୍ରାଣ୍ଡ ତନିଷ୍କ ବିଜ୍ଞାପନ ବୟକଟ ହେଵା ପରେ ଅକ୍ଷୟ କୁମାର ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ” ଲକ୍ଷ୍ମୀ ବମ୍ ” ନେଟ୍‌ ୟୁଜରମାନଙ୍କ ରାଡାରରେ ଆସିଛି l

ଓଟିଟି ପ୍ଲାଟଫର୍ମରେ ଖୁବ ଶୀଘ୍ର ରିଲିଜ୍ ହେବାକୁ ଥିବା ଫିଲ୍ମଟିକୁ ଭୁଲ କାରଣ ଦର୍ଶାଇ ଏହାକୁ ହେଡଲାଇନରେ ପରିଣତ କରାଯାଉଛି l ଏହି ଚଳଚ୍ଚିତ୍ର ପ୍ରେମ-ଜିହାଦକୁ ପ୍ରୋତ୍ସାହିତ କରୁଥିବାରୁ ନେଟ୍‌ ୟୁଜରମାନେ ଏହାକୁ ବୟକଟ ପାଇଁ ଅପିଲ କରୁଛନ୍ତି l

ନିକଟରେ ” ଲକ୍ଷ୍ମୀ ବମ୍ ”ର ଟ୍ରେଲର ରିଲିଜ୍ ହୋଇଥିଲା ଏବଂ ଏଥିରେ ଅକ୍ଷୟ ଆସିଫ୍ ଚରିତ୍ରରେ ଅଭିନୟ କରିଥିଲେ l ବର୍ତ୍ତମାନ, ନେଟ୍‌ ୟୁଜରମାନେ ଅନୁଭବ କରୁଛନ୍ତି ଯେ ସେ କିଆରା ଆଡଭାନୀଙ୍କ ଦ୍ୱାରା ଅଭିନୀତ ପ୍ରିୟା ନାମକ ଜଣେ ମହିଳାଙ୍କ ସହ ସେ ବିବାହ କରୁଛନ୍ତି l କେବଳ ନାଁ କୁ ଆଧାରକରି ନେଟ୍‌ ୟୁଜରମାନେ ବୟକଟ ପାଇଁ ଡାକରା ଦେଉଛନ୍ତି l

ଜଣେ ନେଟ୍‌ ୟୁଜର ଲେଖିଛନ୍ତି, “ଏହା ସତ୍ୟ କି ? ତେବେ ଚଳଚ୍ଚିତ୍ରର ନାମକରଣ କଣ ହେଇଛି- ଉତ୍ସବରେ ‘ ଲକ୍ଷ୍ମୀ ବମ୍ ‘ ରିଲିଜ୍ l ଅଭିନେତ୍ରୀ ପ୍ରିୟା କାହିଁକି, ଲଭ ଜିହାଦ ପ୍ରଶ୍ନ ଚିହ୍ନ ଯୁକ୍ତ ଅଳଙ୍କାରକୁ ପ୍ରୋତ୍ସାହିତ କରୁଛନ୍ତି, ସେମାନେ କେଉଁ ସଂସ୍କୃତିର ଅଳଙ୍କାରକୁ ପ୍ରୋତ୍ସାହିତ କରୁଛନ୍ତି ” ବୋଲି ପ୍ରଶ୍ନ କରିଛନ୍ତି l ଅନ୍ୟ ଜଣେ ଲେଖିଛନ୍ତି, ” ମୂଳ ସିନେମାରେ ଥିବା ରାଘବ ଚରିତ୍ରକୁ ବଦଳାଯାଇ ଆସିଫ୍ (ଲକ୍ଷ୍ମୀ ବମ୍) କାହିଁକି ରଖାଗଲା ? ”

ପୂର୍ବରୁ ଅକ୍ଷୟ କୁମାର ବଲିଉଡ ତାରକା ତଥା ଡ୍ରଗ୍ସ ବିଷୟରେ ଏକ ଭିଡିଓ ଜାରି କରିଥିଲେ l ସମସ୍ତଙ୍କୁ ସମାନ କମ୍ବଳ ତଳେ ନ ରଖିବାକୁ ଅନୁରୋଧ କରିଥିଲେ ଅକ୍ଷୟ l ଭିଡିଓ ଜାରି କରିବା ପରେ ” ଲକ୍ଷ୍ମୀ ବମ୍ ” କୁ ବୟକଟ ପାଇଁ ଚ୍ୟାଲେଞ୍ଜ ଦେଇଛନ୍ତି କିଛି ନେଟ୍‌ ୟୁଜର୍ସ l

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close