ଭୁବନେଶ୍ୱର : ଦକ୍ଷିଣ କୋରିଆର ଟେକ୍ କମ୍ପାନୀ LG ଏହାର ମୋବାଇଲ୍ ବ୍ୟବସାୟ ୟୁନିଟ୍ ବନ୍ଦ କରିବାକୁ ଘୋଷଣା କରିଛି। କମ୍ପାନୀ କହିଛି ଯେ ମୋବାଇଲ୍ ଫୋନ୍ ବ୍ୟବସାୟ ୟୁନିଟ୍ ବନ୍ଦ ହେବା ସହିତ କମ୍ପାନୀ ଇଲେକ୍ଟ୍ରିକ୍ ଯାନ, ସଂଯୁକ୍ତ ଉପକରଣ, ସ୍ମାର୍ଟ ହାଉସ୍ ଭଳି କ୍ଷେତ୍ର ଉପରେ ଧ୍ୟାନ ଦେବ।
ଚଳିତ ବର୍ଷ ଜୁଲାଇ ୩୧ ସୁଦ୍ଧା LG ମୋବାଇଲ୍ ଫୋନ୍ ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇପାରେ। ଜୁଲାଇ ୩୧ ପରେ ମଧ୍ୟ ଷ୍ଟକ୍ ରେ କିଛି ସ୍ମାର୍ଟଫୋନ୍ ଉପଲବ୍ଧ ରହିପାରେ । ମିଡିଆ ରିପୋର୍ଟ ଅନୁଯାୟୀ, ଏଲଜି ଏହାର କିଛି କର୍ମଚାରୀଙ୍କୁ ଫୋନ୍ ଡିଭିଜନରୁ ବ୍ୟବସାୟ ୟୁନିଟ୍କୁ ସ୍ଥାନାନ୍ତର କରିସାରିଛି।
ମୋବାଇଲ୍ ବ୍ୟବସାୟ ବନ୍ଦ କରିବା ପୂର୍ବରୁ LG ଇଲେକ୍ଟ୍ରୋନିକ୍ସ ଗୁଗୁଲ, ଫେସବୁକ୍, ଫୋଲ୍ସୱେଗେନ ଏବଂ ଭିଏତନାମର ବିନ୍ ଗ୍ରୁପ୍ ସହିତ କଥା ହୋଇଥିଲା, କିନ୍ତୁ ଆଲୋଚନା ସଫଳ ହୋଇନଥିଲା ଏବଂ ଶେଷରେ କମ୍ପାନୀ ଏହାର ମୋବାଇଲ୍ ବ୍ୟବସାୟ ୟୁନିଟ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ୨୦୧୫ ରୁ ଲଗାତାର ଭାବେ କମ୍ପାନୀ କ୍ଷତି ସହି ଆସୁଥିବାରୁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି ।