ଭୁବନେଶ୍ୱର: ପ୍ରଥମ ଦିନରେ ନିବେଶକମାନଙ୍କୁ ନିରାଶ କରିଛି ଦେଶର ସର୍ବବୃହତ ବୀମା କମ୍ପାନୀ LIC । ସେୟାର ବଜାରରେ ଦେଶର ସର୍ବବୃହତ ଆଇପିଓ ୮ ରୁ ୯ ପ୍ରତିଶତ ରିହାତିରେ BSE ଏବଂ NSE ରେ ତାଲିକାଭୁକ୍ତ ହୋଇଥିଲା।
ବୀମା କମ୍ପାନୀର ଷ୍ଟକ ପ୍ରଥମ ଦିନରେ ନିବେଶକମାନଙ୍କୁ ନିରାଶ କରିଥିଲା । LIC ର ଷ୍ଟକ୍ BSE ରେ ୮୬୭.୨୦ ଟଙ୍କା ଏବଂ NSE ରେ ୮୭୨ ଟଙ୍କାରେ ତାଲିକାଭୁକ୍ତ ହୋଇଥିଲା ।
୨୦,୫୫୭ କୋଟି ଟଙ୍କାର ଏହି ଆଇପିଓ ପାଇଁ ଘରୋଇ ନିବେଶକଙ୍କ ଠାରୁ ସରକାର ଏକ ବମ୍ପର ପ୍ରତିକ୍ରିୟା ପାଇଛନ୍ତି। ଏହି ଅଂଶଧନ ପାଇଁ ସରକାର ସେୟାର ପିଛା ମୂଲ୍ୟ ୯୪୯ ଟଙ୍କା ଧାର୍ଯ୍ୟ କରିଛନ୍ତି। LIC ପଲିସିଧାରୀ ଏବଂ ଖୁଚୁରା ନିବେଶକାରୀଙ୍କୁ ଯଥାକ୍ରମେ ୮୮୯ ଟଙ୍କା ଏବଂ ୯୦୪ ଟଙ୍କାରେ ବଣ୍ଟନ କରାଯାଇଥିଲା।