ଭୁବନେଶ୍ୱର: ଯେଉଁମାନେ ମଦ୍ୟପାନକୁ ଭଲ ପାଆନ୍ତି ସେମାନଙ୍କ ପାଇଁ ଖୁସି ଖବ। ବର୍ତ୍ତମାନ ଦିଲ୍ଲୀରେ ପ୍ରଥମ ଥର ପାଇଁ ଫଳ ରସ,ମୃଦୁ ପାନୀୟ ଭଳି ଟ୍ରେଟା ପ୍ୟାକ୍ ରେ ମଦ ଉପଲବ୍ଧ ହେବ ।
ଟ୍ରେଟା ପ୍ୟାକ୍ ରେ ମଦ ବିକ୍ରି ପାଇଁ ଅବକାରୀ ବିଭାଗ ଅନୁମୋଦନ ଦେଇଛି। ‘ଦୈନିକ ଜାଗରଣ’ର ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ପ୍ରଥମ ଥର ପାଇଁ ଏଭଳି ପ୍ୟାକେଟରେ ମଦ ମିଳିବ । ତେବେ ଟ୍ରେଟା ପ୍ୟାକ୍ ରେ ମଦ ବିକ୍ରି ଏପ୍ରିଲ ୧ ରୁ ଆରମ୍ଭ ହେବ। ଏଭଳି ପରିସ୍ଥିତିରେ, ମଦ ବ୍ୟବସାୟ କରୁଥିବା ସମସ୍ତ କମ୍ପାନୀ ଏପ୍ରିଲ ୧ ରୁ ସେମାନଙ୍କ ବ୍ରାଣ୍ଡ ପଞ୍ଜିକରଣ କରିବେ ।
ମଦ ବୋତଲଗୁଡିକ ପ୍ରାୟତଃ କାଚ ବୋତଲ ହୋଇଥିବାରୁ ଭାଙ୍ଗିଯିବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ । ଏପରି ପରିସ୍ଥିତିରେ, ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ ଟ୍ରେଟା ପ୍ୟାକ୍ ଏକ ଭଲ ବିକଳ୍ପ ହେବ । ଯାହାକୁ ସହଜରେ ନେଇପାରିବେ ଏବଂ ଭାଙ୍ଗିଯିବାର ଭୟ ମଧ୍ୟ ଆଉ ମନରେ ନଥିବ । ତେବେ ଟ୍ରେଟା ପ୍ୟାକ୍ ରେ ମିଳୁଥିବା ମଦ କାଚ ବୋତଲ ଅପେକ୍ଷା ଟିକେ ଶସ୍ତା ପଡିବ ।