ଭୁବନେଶ୍ୱର : ଭୋପାଳରେ ଦିନକୁ ଦିନ କରୋନା ସଂକ୍ରାମଣଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟରେ ଲକ ଡାଉନ୍ ଅବଧିକୁ ମେ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ପରିପ୍ରେକ୍ଷୀରେ ଭୋପାଳ କଲେକ୍ଟର ଏକ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ ଯେଉଁମାନେ ଲକଡାଉନ୍ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବାସ୍ତବରେ, କରୋନା ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବାକୁ ପ୍ରଶାସନ କ୍ରମାଗତ ଭାବରେ ଚେଷ୍ଟା କରୁଛି । ଏହା ସତ୍ୱେ ସଂକ୍ରମଣର ଶୃଙ୍ଖଳା ଭାଙ୍ଗୁନାହିଁ ।ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ତ୍ତମାନ ଏମିତି କିଛି କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ଯେଉଁଥିରେ ବହୁ ସଂଖ୍ୟକ ଲୋକ ଜଡିତ ଅଛନ୍ତି। ଏହା ଅଧୀନରେ ମେ ମାସରେ ବିବାହ ଆଚରଣକୁ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛି।
କଲେକ୍ଟର ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ବିବାହ କାର୍ଯ୍ୟକ୍ରମର ଅନୁମତି ଉପରେ ପ୍ରତିବନ୍ଧକ ଲଗାଇବା ସହିତ ଜିଲ୍ଲାରେ କରୋନା କର୍ଫ୍ୟୁ ଅବଧିକୁ ୧୭ ମଇ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ମେ ମାସରେ ସମଗ୍ର ରାଜ୍ୟରେ ବିବାହ ସମାରୋହକୁ ବାରଣ କରାଯାଇଛି। ବିବାହ ସମେତ ସମସ୍ତ ସାମାଜିକ କାର୍ଯ୍ୟକ୍ରମକୁ ମେ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଜିଲ୍ଲାପାଳ ସମସ୍ତଂକୁ ଅନୁରୋଧ କରିଛନ୍ତି ।