କି ଟ୍ରେଲର ବାସୁ !! ହାର୍ଟସ ଅଫ : ଅମୀର ଖାନ

ମୁମ୍ବାଇ: ଅନୁରାଗ ବାସୁଙ୍କ ଚଳଚ୍ଚିତ୍ର ‘ଲୁଡୋ’ ର ଟ୍ରେଲର ଗତ ସୋମବାର ରିଲିଜ ହୋଇଯାଇଛି । ଟ୍ରେଲର ରିଲିଜ ପରଠାରୁ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ ହୋଇ ଆସୁଛି । ଏହି ଚଳଚ୍ଚିତ୍ରରେ ଅଭିଷେକ ବଚ୍ଚନ, ରାଜକୁମାର ରାଓ, ଆଦିତ୍ୟ ରୟ କାପୁର, ରୋହିତ ସରାଫ, ସାନିଆ ମଲହୋତ୍ରା, ଫାତିମା ସାନା ଶେଖ ଏବଂ ପଙ୍କଜ ତ୍ରିପାଠୀ ଇତ୍ୟାଦି ଅନେକ ଅଭିନେତା ଅଭିନୟ କରିଛନ୍ତି ।

ଅଭିନେତା ଆମିର ଖାନ ନିଜ ଟ୍ୱିଟର ପ୍ରୋଫାଇଲରେ ଟ୍ରେଲର ସହ ପ୍ରତିକ୍ରିୟା ସେୟାର କରି ଲେଖିଛନ୍ତି: “କି ଟ୍ରେଲର! ବାସୁ ..ହ୍ୱାଟ୍ସ ଅଫ । ପୁରା ଟିମକୁ ଅଭିନନ୍ଦନ ।ଟ୍ରେଲର ଦେଖିଲା ପରେ ଏହାକୁ ଦେଖିବା ପାଇଁ ଆଉ ଅପେକ୍ଷା କରିହଉନି ।

କେବେ ଯାଏ ଅପେକ୍ଷା କରିବାକୁ ପଡିବ ? ” ନିଜ ସହକର୍ମୀଙ୍କ ପାଇଁ ଫିଲ୍ମର ଏକ ଭର୍ଚୁଆଲ୍ ସ୍କ୍ରିନିଂ ଆୟୋଜନ କରିବାକୁ ଆମିର ଖାନ ଟ୍ୱିଟ କରି କହିଛନ୍ତି, “ବାସୁ, ତୁମେ ତୁମର କିଛି ସହକର୍ମୀଙ୍କ ପାଇଁ ଏକ ଭର୍ଚୁଆଲ୍ ସ୍କ୍ରିନିଂ କାହିଁକି କରୁନ ? ”

https://www.instagram.com/p/CGhE3SznjGp/

ଅମିର ଖାନଙ୍କ ଟ୍ୱିଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅଭିଷେକ ବଚ୍ଚନ ଲେଖିଛନ୍ତି: ଧନ୍ୟବାଦ ଅମିର । ୨୦୧୩ରେ ଚଳଚ୍ଚିତ୍ର ‘ ଧୁମ 3 ‘ ରେ ଅଭିଷେକ ଓ ଅମିର ଏକାଠି ନଜର ଆସିଥିଲେ । ସୋସିଆଲ ମିଡିଆରେ ଫିଲ୍ମର ଟ୍ରେଲର ସେୟାର କରି ଅଭିଷେକ ବଚ୍ଚନ ଏହା ମଧ୍ୟ ଲେଖିଛନ୍ତି, “ଜିନ୍ଦାଗି କା ଖେଲ, ଅର ଲୁଡୋ କି ଡାଇସ କା କୋଇ ଭରୋସା ନେହି ।”

https://www.instagram.com/p/CGhBPbZp_Ab/

ଭୂଷଣ କୁମାର ଏବଂ ଅନୁରାଗ ବାସୁ ପ୍ରଡକ୍ସନ୍ ଦ୍ୱାରା ନିର୍ମିତ ନେଟଫ୍ଲିକ୍ସ ନଭେମ୍ବର ୧୨ରେ ଓ ଟି ଟି ପ୍ଲାଟଫର୍ମରେ ରିଲିଜ ହେବ ବୋଲି ଜଣାପଡିଛି ।