ଭୁବନେଶ୍ୱର: ଟିମ୍ ଇଣ୍ଡିଆର ଏମିତି କିଛି ନାମିଦାମୀ ଖେଳାଳି ଅଛନ୍ତି ଯାହାଙ୍କ ଘର, ଗାଡି ଦେଖିଲେ ଆପଣମାନଙ୍କର ହୋସ ଉଡିଯିବ।
ସଚିନ ତେନ୍ଦୁଲକର
ସଚିନ ତେନ୍ଦୁଲକରଙ୍କୁ ଗଡ ଅଫ୍ କ୍ରିକେଟ୍ କୁହାଯାଏ। ସଚିନ୍ ଙ୍କ ପାଖରେ BMW i8 ଅଛି, ଯାହାର ମୂଲ୍ୟ ପ୍ରାୟ ୨.୬୨ କୋଟି।
MS ଧୋନି
ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ଗ୍ୟାରେଜରେ Audi Q7, Mitsubishi Pajero SFX, Land Rover Freelander 2, Ferrari 599 GTO ଏବଂ Jeep Grand Cherokee Trackhawk ଭଳି କାରର ମାଲିକ ଅଟନ୍ତି । ଏହା ବ୍ୟତୀତ ଧୋନିଙ୍କ ପାଖରେ Hummer H2 ଅଛି । ଯାହାର ମୂଲ୍ୟ ପ୍ରାୟ ୭୫ ଲକ୍ଷ ।
ଯୁବରାଜ ସିଂହ
ଯୁବରାଜ ସିଂହଙ୍କ ପାଖରେ BMW X6M, BMW M3 Convertible, BMW M5 E60, Audi Q5, Bentley Flying Spur ଏବଂ Lamborghini Murciélago ପରି ଦାମୀ କାରର ମାଲିକ ଅଟନ୍ତି। ଏସବୁ ମଧ୍ୟରୁ ତାଙ୍କର ପ୍ରିୟ କାର ହେଉଛି Lamborghin। ଯାହାର ମୂଲ୍ୟ ପାଖାପାଖି ୨.୬ କୋଟି।
ହାର୍ଦ୍ଦିକ ପାଣ୍ଡ୍ୟା
ଭାରତର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗ୍ୟାରେଜରେ Land Rover Range Rover ଏବଂ Mercedes AMG G63 ଭଳି ମହଙ୍ଗା କାର ଅଛି । Lamborghini Huracán Evo ର ମୂଲ୍ୟ ହେଉଛି ୩.୭୩ କୋଟି ।
ବିରାଟ କୋହଲି
ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୁନିଆର ସବୁଠାରୁ ଧନୀ ଖେଳାଳି। ବିରାଟଙ୍କ ବାର୍ଷିକ ଆୟ ପ୍ରାୟ ୧୬୦୦ କୋଟି । ବିରାଟଙ୍କ ଦାମୀ କାର ମଧ୍ୟରେ Audi Q8, Audi Q7, Land Rover Range Rover Vogue SE ଏବଂ Bentley Flying Spur ଅଛି । ଏସବୁ ବ୍ୟତୀତ ବିରାଟଙ୍କ ପାଖରେ ପ୍ରାୟ ୩ କୋଟି ମୂଲ୍ୟର ଏକ Audi R8 V10 LMX ଅଛି । ଏହା ସହ Bentley Continental Flying Spur କାର ମଧ୍ୟ ଅଛି ଯାହାର ମୂଲ୍ୟ ୩.୪୧ କୋଟି ।