ଭୁବନେଶ୍ୱର: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ୩୨ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା । ସହରର ଗଳିକନ୍ଦିରେ ଜମିରହିଛି ବର୍ଷା ପାଣି । ଲଗାଣ ବର୍ଷା ହେବା ଫଳରେ ସହରର ଅନେକ ଅଞ୍ଚଳ ଏବେ ବି ଜଳମଗ୍ନ ହୋଇ ରହିଛି । ଫଳରେ ଲୋକମାନେ ନିଜ ଘରୁ ବାହାରି ପାରୁନାହାନ୍ତି। ଅନେକ କର୍ମଚାରୀମାନେ ନିଜ ନିଜ ଅଫିସରେ ପହଞ୍ଚିବା ପାଇଁ ଟ୍ରାକ୍ଟର ର ସାହାଯ୍ୟ ନେଉଛନ୍ତି ।
ଘର ସାମ୍ନାରେ ପାର୍କିଂ ହୋଇଥିବା ଦାମୀ କାର ଗୁଡିକ ପାଣିରେ ବୁଡ଼ି ଯାଇଛି । ବାଙ୍ଗାଲୋର ସହରବାସୀ ଯାତାୟତ ପାଇଁ ଡଙ୍ଗା, ଟ୍ରାକ୍ଟର ଏବଂ ଜେସିବି ଉପରେ ନିର୍ଭର କରୁଛନ୍ତି। ଅଧିକାଂଶ ରାସ୍ତା ଜଳମଗ୍ନ ହୋଇ ରହିଛି। ରାସ୍ତାରେ ବର୍ଷା ପାଣି ସମୁଦ୍ର ଭଳି ଲଉଡ଼ି ଭାଙ୍ଗୁଥିବାର ଆପଣ ଦେଖିବାକୁ ପାଇବେ। ତେବେ ଲଗାଣ ବର୍ଷା ହେବା ଫଳରେ ବାଙ୍ଗାଲୋରରେ ପ୍ରଥମ ଥର ପାଇଁ ଏଭଳି ପରିସ୍ଥିତି ଦେଖାଦେଇଛି।