ଭୁବନେଶ୍ୱର: ‘ପବିତ୍ର ଅଞ୍ଚଳ’ ଘୋଷଣା ପରେ ଏଠାରେ ମାଂସ ଓ ମଦ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯିବ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଜୈନ ତୀର୍ଥସ୍ଥାନ କୁନ୍ଦଲପୁର ସମେତ ଦୁଇଟି ସହରକୁ ‘ପବିତ୍ର ଅଞ୍ଚଳ’ ବୋଲି ଭାବେ ଘୋଷଣା କରିଛନ୍ତି । ଫଳରେ ସେଠାରେ ମାଂସ ଓ ମଦ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯିବ।
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରୁ ପ୍ରାୟ ୨୮୫ କିଲୋମିଟର ଦୂରରେ ଥିବା ଦମୋହ ଜିଲ୍ଲାର କୁନ୍ଦଲପୁରର ଜୈନ ସମ୍ପ୍ରଦାୟର ପଞ୍ଚକାଲାନକ ମହୋତ୍ସବରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ସିଏମ ଶିବରାଜ ସିଂହ ଚୌହାନ ଏଭଳି ଘୋଷଣା କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ପ୍ରେରଣା ସହିତ ମୁଁ କୁନ୍ଦଲପୁର ଏବଂ ବୃନ୍ଦାବନକୁ ପବିତ୍ର ଅଞ୍ଚଳ ଭାବ ଘୋଷଣା କରୁଛି, ଯେଉଁଠାରେ ମାଂସ ଓ ମଦ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ ଜଣାଇଛନ୍ତି ଅଞ୍ଚଳବାସୀ ।